ଅଘଟଣ, ଡାକ୍ତଖାନା ଛାତରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ

ଅଘଟଣ, ଡାକ୍ତଖାନା ଛାତରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ

ଅଘଟଣ, ଡାକ୍ତଖାନା ଛାତରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ

ଢେଙ୍କାନାଳ  : ଅସୁସ୍ଥତା ହେତୁ ରାତିରେ ହସ୍ପିଟାଲରେ ଆଡମିଟ ହେଲେ। ହେଲେ ରାତି ଅଧରେ ହସ୍ପିଟାଲ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ମୃତକ ହେଲେ  ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ । ୫ ଦିନ ପୂର୍ବେ ଏହି ହସ୍ପିଟାଲରେ ସମାନ ଘଟଣା ଘଟିଥିବା ବେଳେ ଏବେ ପୁଣି ଥରେ ଏହାର ପୁନରାବୃତ୍ତି ହୋଇଛି।

ଦୁର୍ଯ୍ୟୋଧନ ବାହାରେ କାମ କରୁଥିବା ବେଳେ ହଠାତ୍‌ ଗତକାଲି ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଢେଙ୍କାନାଳ ହସ୍ପିଟାଲର ପୁରୁଷ ମେଡିସିନ ବିଭାଗରେ ରାତି ପ୍ରାୟ ୧୦ଟା ବେଳକୁ ଭର୍ତ୍ତି କରାଯାଇଥିଲା।  ମାତ୍ର ବେଡ ନ ମିଳିବାରୁ ସେ ତଳେ ଶୋଇ ଚିକିତ୍ସିତ ହେଉଥିଲେ। ହଠାତ୍‌ ରାତି ୩ଟା ବେଳକୁ ଦୁର୍ଯ୍ୟୋଧନ ୪ ମହଲା ଛାତ ଉପରୁ ଯାଇ ଡେଇଁ ପଡିଥିଲେ। ଫଳରେ ପେଟରେ ରଡ ପଶି ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ। ବେଡ ନ ମିଳିବା ସହ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ।  ଗତ ୧୩ ତାରିଖ ଦିନ ପର୍ଜଙ୍ଗ ଅଞ୍ଚଳର ଚନ୍ଦନ ନାୟକ ନାମକ ଯୁବକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୫ ମହଲାରୁ ଡେଇଁ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।