ଅକଳରେ ଅଭିନେତା ଅର୍ଜୁନ ରାମପାଲ :୧୧ରେ ଏନସିବି କରିବ ଜେରା

ଅକଳରେ ଅଭିନେତା ଅର୍ଜୁନ ରାମପାଲ :୧୧ରେ ଏନସିବି କରିବ ଜେରା

ଅକଳରେ ଅଭିନେତା ଅର୍ଜୁନ ରାମପାଲ :୧୧ରେ ଏନସିବି କରିବ ଜେରା
ମୁମ୍ବାଇ : ଅକଳରେ ପଡ଼ି ଯାଇଛନ୍ତି ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ କାରବାର ନେଇ ଜେରା କରିବାକୁ ନାର୍କୋଟିକ କଂଟ୍ରୋଲ ବୁ୍ୟରୋ ତାଙ୍କୁ ନୋଟିସ ଜାରି କରିଛି । ଅର୍ଜୁନଙ୍କ ସହ ତାଙ୍କ ବାନ୍ଧବୀ ଗାବ୍ରିଏଲା ଡେମେଟ୍ରିଆଡେ଼ସଙ୍କୁ ନଭେମ୍ବର ୧୧ରେ ହାଜର ହେବା ପାଇଁ କୁହାଯାଇଛି । ଆଜି ଏନସିବି ଅର୍ଜୁନଙ୍କ ମୁମ୍ବାଇସ୍ଥିତ ବାସଭବନରେ ଚଢ଼ାଉ କରି ଛାନଭିନ କରିଥିଲା । ଛାନଭିନ ବେଳେ ଏନସିବି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଗତ ଅକ୍ଟୋବରରେ ଏନସିବି ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସଙ୍କୁ ଗିରଫ କରିବା ସହ ଡ୍ରଗ୍ସ ଜବତ କରିଥିଲା । ଗାବ୍ରିଏଲାଙ୍କ ଭାଇ ଠାରୁ ମିଳିଥିବା ତଥ୍ୟ ଆଧାରରେ ଏନସିବି ବଲିଉଡ଼ ସହ ଜଡ଼ିତ କେତେକ କଳାକାରଙ୍କୁ ସ୍କାନରକୁ ଆଣିଛି । ଅର୍ଜୂନଙ୍କ ଘରେ ଆଜି ରେଡ଼ ହୋଇଥିବାବେଳେ ଗତକାଲି ରାତିରେ ସିନେ ନିର୍ମାତା ଫିରୋଜ ନାଦିଆଦ୍ୱାଲାଙ୍କ ଘର ଉପରେ ବି ଚଢ଼ଉ ହୋଇଥିଲା । ଏପରିକି ତାଙ୍କ ପନôୀ ଶାବନା ସାଇଦଙ୍କୁ ଗିରଫ ମଧ୍ୟ କରାଯାଇଛି । ପଶ୍ଚିମ ମୁମ୍ବାଇ ଓ ନାଭି ମୁମ୍ବାଇରୁ ବିପୁଳ ପରିମାଣର ଗଞ୍ଜେଇ, ମେଫେଡ୍ରୋନ ଓ ଅନ୍ୟ ଡ୍ରଗ୍ସ ବି ଜବତ ହୋଇଛି ।