ନୂତନ ପିଢ଼ିଙ୍କ ପାଇଁ ଫିଟନେସ ଜୁମ୍ବା

ନୂତନ ପିଢ଼ିଙ୍କ ପାଇଁ ଫିଟନେସ ଜୁମ୍ବା

ଭୁବନେଶ୍ୱର: ଏବେ ଯୁବପିଢ଼ିଙ୍କ ପାଇଁ ଫିଟ୍‌ ରହିବାର ଏକମାତ୍ର ମନ୍ତ୍ର ହେଉଛି ଜିମ୍‌ ଯିବା । ଜିମ୍‌ରେ ୱାର୍କ ଆଉଟ ସହ ଶୀଘ୍ର ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ ଜିମ୍‌ । ସେହିପରି ନୂତନ ପିଢ଼ିଙ୍କ ପ୍ରଥମ ପସନ୍ଦ ସାଜିଛି ଜିମ୍‌ ରେ ଶୀଘ୍ର ଓଜନ ଘଟାଇବା ସହ ବଡ଼ି ଫ୍ରି ରଖିବା ପାଇଁ ଜୁମ୍ବା ଡ଼୍ୟାନ୍ସ । ଜିମ୍‌ ସେଣ୍ଟରରେ ଉଭୟ ଏକ୍ସରସାଇଜ୍‌ ଓ ଜୁମ୍ବା ଡ୍ୟାନ୍ସ ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ଖାଲି ଏକ୍ସରସାଇଜ୍‌ କରିବା ଦ୍ୱାରା ଲୋକେ ଶାରୀରିକ ସ୍ତରରେ ଫିଟ୍‌ ହୋଇଯାଉଛନ୍ତି ସତ କିନ୍ତୁ ମାନସିକ ସ୍ତରରେ ସେମାନେ ବୋର୍‌ ହେଉଥିବାର ଦେଖିବାକୁ ମିଳୁଛି । ସେଥିପାଇଁ ଜୁମ୍ବା ଡ୍ୟାନ୍ସ ମାଧ୍ୟମରେ ସେମାନଙ୍କୁ ରିଲାକ୍ସ କରିବାକୁ ସେ ଚେଷ୍ଟା କରୁଛନ୍ତି ଟ୍ରେନର । 

କାର୍ଡିଓ ଏବଂ ଲାର୍ଟିନ୍‌ ଡ୍ୟାନ୍ସର ଏକ ମିଳିତ ରୂପ ହେଉଛି ଜୁମ୍ବା । ମ୍ୟୁଜିକର ତାଳେତାଳେ କରାଯାଉଥିବା ଏହି ଡ୍ୟାନ୍ସ ବଡିକୁ ଫିଟନେସ୍‌ ଦେବାରେ ବେଶ୍‌ ସହାୟକ ହୋଇଥାଏ । ସେଥିପାଇଁ ପ୍ରତିଦିନ ୪୫ ମିନିଟ୍‌ ଜିମରେ ଜୁମ୍ବା ଡ୍ୟାନ୍ସ ଉପରେ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦିଆଯାଏ । ଜୁମ୍ବା ପରି ଜିମ୍‌ ସେଣ୍ଟର ଗୁଡ଼ିକରେ ସାଲ୍ସା ଡ୍ୟାନ୍ସ ଉପରେ ବି ଟ୍ରେନିଂ ଦିଆଯାଇଥାଏ । ପ୍ରଥମେ ଜୁମ୍ବାକୁ ଏକ ୱେଷ୍ଟର୍ନ ଏକ୍ସରସାଇଜ୍‌ ଭାବେ ଗ୍ରହଣ କରାଯାଉଥିଲା । କିନ୍ତୁ ଏବେ ଇଣ୍ଡିଆରେ ଏହାର ଏତେ ଚାହିଦା ବଢିଯାଇଛି ଯେ, ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ଏଥିପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । କେବଳ ଯୁବପିଢି କାହିଁକି, ବୟସ୍କ ବ୍ୟକ୍ତି ବି ଏହାକୁ ଟ୍ରାଏ କରିବାକୁ ମଧ୍ୟ ପଛାଉ ନାହାନ୍ତି ।