୪୦୦୧ ବିଧାୟକ ୫୪ହଜାର କୋଟିର ମାଲିକ

୪୦୦୧ ବିଧାୟକ ୫୪ହଜାର କୋଟିର ମାଲିକ

ନୂଆଦିଲ୍ଲୀ : ଆସୋସିଏସନ ଫର ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ (ଏନଇଡବ୍ଲ୍ୟୁ) ର ଏକ ଦିପୋର୍ଟରୁ ଜଣାପଡିଛି ଯେ ଦେଶର ୪୦୦୧ ବିଧାୟକଙ୍କ ୫୪ ହଜାର ୫୪୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ଯାହାଙ୍କର ସମ୍ପତ୍ତି  ମିଜୋରମ, ନାଗାଲାଣ୍ଡ, ସିକ୍କିମର ବଜେଟଠାରୁ ବି ଅଧିକ ଆକଳନ କରାଯାଉଛି । ରିପୋର୍ଟ ଅନୁସାରେ ବିଧାୟକଙ୍କ ମୋଟ ସମ୍ପତ୍ତିର ପରିମାଣ ୧୩ କୋଟି ୬୩ ଲକ୍ଷ ଟଙ୍କା ରହିଛି । ସେଥିମଧ୍ୟରୁ ୧୩୫୬ ବିଜେପି ବିଧାୟକଙ୍କର ମୋଟ ୧୬ହଜାର ୨୩୪ କୋଟି ଟଙ୍କା ରହିଛି । ସେହିପରି ୭୧୯ କଂଗ୍ରେସ ବିଧାୟକଙ୍କ ମୋଟ ୧୫ହଜାର ୭୯୮ କୋଟି ସମ୍ପତ୍ତି ରହିଛି । ୱାଇଏସ୍‌ଆର କଂଗ୍ରେସ ପାର୍ଟିର ୧୬୪ ବିଧାୟଙ୍କ ସମ୍ପତ୍ତି ପରିମାଣ ୩ ହଜାର ୩୭୯ କୋଟି ହୋଇଥିବା ବେଳେ ଡିଏମ୍‌କେର ୧୩୧ ବିଧାୟକଙ୍କ ସମ୍ପତ୍ତି ୧ହଜାର ୬୬୩ କୋଟି ବୋଲି ଜଣାପଡିଛି । ସେହିପରି ଆମଆଦମୀ ପାର୍ଟିର ବିଧାୟକଙ୍କ ସମ୍ପତ୍ତି ୧ହଜାର ୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି ।