ପୂର୍ବତନ ଯୋଗାଣ ଅଧିକାରୀଙ୍କ ଅମାପ ସମ୍ପତ୍ତି, ଚକିତ ଭିଜିଲାନ୍‌ସ ଅଧିକାରୀ

ପୂର୍ବତନ ଯୋଗାଣ ଅଧିକାରୀଙ୍କ ଅମାପ ସମ୍ପତ୍ତି, ଚକିତ ଭିଜିଲାନ୍‌ସ ଅଧିକାରୀ

ଭୁବନେଶ୍ୱର: ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ହୋଇଛି ଭିଜିଲାନ୍‌ସ ଚଢ଼ଉ। ତେବେ ଚଢ଼ଉ ବେଳେ ତାଙ୍କର ଅମାପ ସମ୍ପତି ଦେଖି ତାଜୁବ ହୋଇଯାଛନ୍ତି ଭିଜିଲାନ୍ସ ଅଧିକାରୀ   ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବାହୁବଳୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ଚଢାଉ ବେଳେ ବ୍ରଜେନ୍ଦ୍ରଙ୍କ ସମ୍ପତି ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ
ରାଜା ଭଭି ଜୀବନ ବିତାଉଥିଲେ ବ୍ରଜେନ୍ଦ୍ର ବାସ୍ତୁ ପାଇଁ ଘରେ ରଖିଥିଲେ ରୂପାର ହାତୀ ରାଜଧାନୀର ବିଭିନ୍ନ ସ୍ଥାନରେ ତାଙ୍କର ଟି ଘର ରହିଛି ୩୦ରୁ ଅଧିକ ଦୋକାନ  ଅଛି ଭୁବନେଶ୍ୱର ଗ୍ୟାରେଜ ଛକ ରାଧାକୃଷ୍ଣ ନଗରରେ ତାଙ୍କର ଏକ ବିରାଟ ଅଟାଳିକା ରହିଛି ଯାହାର ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ଏଥିସହ ରାଧାକୃଷ୍ଣ ନଗରରେ ୫୦ ଲକ୍ଷ ଟଙ୍କାର ଡୁପ୍ଲେକ୍ସ ଅଛି ଭୀମଟାଙ୍ଗୀରେ ବି ତାଙ୍କର ଆଉ ଏକ ଡୁପ୍ଲେକ୍ସ ରହିଛି ସେହିପରି ରାଜଧାନୀର ଶିଶୁପାଳଗଡ଼, ଲୁଇସରୋଡ, ରବିଟକିଜରେ ବ୍ରଜେନ୍ଦ୍ରଙ୍କ ଘର ଅଛି ପୁରୀ ନିମାପଡା ଶୁନାଗରଡା ଅଂଚଳରେ ୩୦ରୁ ଅଧିକ ଦୋକାନ  ତାଙ୍କର ଅଛି

୨୦ରୁ ଅଧିକ ଏଲଆଇସି ବଣ୍ଡ ୧୫ରୁ ଅଧିକ ବ୍ୟାଙ୍କ ଆକାଉଂଟ ରହିଛି ତେବେ ଭିଜିଲାନ୍ସ ଅଧିକାରୀମାନେ ଆହୁରୀ ଚଢାଉ ଜାରି ରଖିିଛନ୍ତି   ପୁରୀ ଭୁବନେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ ଭୁବନେଶ୍ୱରର ଭିମଟାଙ୍ଗୀ ରାଜାରାଣୀ କଲୋନିରେ ଥିବା ଘର, ନିମାପଡାରେ ଥିବା ପୈତୃକ ଘର ଏବଂ ଫାର୍ମ ହାଉସରେ ଚଢାଉ ଜାରି ଚଢାଉରେ ୨ଜଣ ଡିଏସପି ଏବଂ ଜଣ ଇନ୍ସପେକ୍ଟର ସାମିଲ