୨୨ରେ ଓଡ଼ିଶା ଛୁଇଁବ ମୌସୁମୀ !

୨୨ରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର : ଚଳିତ ବର୍ଷ ମୌସୁମୀ ଆଗମନକୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ରଜ ପର୍ବ ସଂପୂର୍ଣ୍ଣ ଖରାରେ ବିତିଥିବା ବେଳେ ଆସନ୍ତା ୨୨ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ମୌସୁମୀ ଅଗ୍ରସର ନେଇ ଅନୁକୂଳ ହୋଇଛି ପାଗ

ତେବେ ୧୮ରୁ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଉପକୂଳରେ ତାତି କମିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି କମିବ ନାହିଁ ୧୮ରୁ ୨୧ ଭିତରେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହେବ ୨୧ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ତାତି କମିବାର ସମ୍ଭାବନା କମ୍ ୨୨ରେ ରାଜ୍ୟରେ ପହଞ୍ଚିବ ମୌସୁମୀ ରାଜ୍ୟର ବିସ୍ତୃତ ଅଞ୍ଚଳରେ ମୌସୁମୀ ବର୍ଷା ହେଲେ ମଧ୍ୟ ବର୍ଷାର ପରିମାଣ କମ୍ ରହିବ ମୌସୁମୀ ବାୟୁ ପ୍ରଭାବରେ ତାତିରେ ବିରାମ ଲାଗିବ ଜୁନ୍ ପରେ ମୌସୁମୀ ପ୍ରଭାବରେ ଭାରି ବର୍ଷା ହେବ