ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

ସୁବର୍ଣ୍ଣପୁର: ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। ଜିଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟର କିରାଣି ଗୋଲକ ବିହରୀ ପୋଢ଼ ଏରିଅର ବିଲ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଜଣେ ବ୍ୟକ୍ତିଙ୍କ ଏରିଅର ବିଲ କରାଇ ଦେବାକୁ ୧୫ହଜାର ଟଙ୍କା ଦାବି କରିଥିଲେ। ବ୍ୟକ୍ତି ଜଣକ ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଗୋଲକ ବିହରୀ ପୋଢ଼ ଏରିଅର ବିଲ କରାଇ ଦେବାକୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଧରିବା ସହ ତାଙ୍କଠାରୁ ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଜିଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟରେ କନିଷ୍ଠ ସହାୟକ ଭାବେ କାର୍ୟ୍ୟ କରୁଥିବା ଗୋଲକ ବିହରୀ ପୋଢ଼ ନେଇଥିବା ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।