ତୃତୀୟ ଦୋଷାରୋପିତ ହେଲେ ଟ୍ରମ୍ପ
ୱାସିଂଟନ : ଆମେରିକାର ପ୍ୱର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତୃତୀୟ ମାମଲାରେ ଦୋଷାରୋପିତ କରାଯାଇଛି । ୨୦୨୦ ନିର୍ବାଚନରେ ପରାଜିତ ହୋଇ ଏହାକୁ ବିଜୟରେ ବଦଳାଇବା ପାଇଁ ଯେଉଁ ଚେଷ୍ଟା କରିଥିଲେ ଏନେଥ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହା ସହ ଫେଡେରାଲ ତଦନ୍ତ ସଂସ୍ଥା ତୃତୀୟ ଆପରାଧିକ ମାମଲାରେ ତାଙ୍କୁ କୋର୍ଟ ଚାଲଣ ହୋଇଛି । ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ଟ୍ରମ୍ପଙ୍କୁ ନିର୍ବାଚନ ମାମଲାରେ ଦୋଷାରୋପ କରିଥିବା ଓକିଲ ଜ୍ୟାକ୍ ସ୍ମିଥ ଗୁପ୍ତ ଦଲିଲଗୁଡିକୁ ବେଆଇନ ଭାବେ ନିଜ ପାଖରେ ରଖିବା ପାଇଁ ମଧ୍ୟ ତାଙ୍କ ଉପରେ ଦୋଷାରୋପ କରାଯାଇଥିଲା । ଏହାସହ ନ୍ୟୁୟର୍କରେ ଲାଂଚ ଦେବା ମାମଲାରେ ଓ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବାରୁ ତାଙ୍କୁ ବ୍ୟବସାୟିକ କାରବାର ଶୈଳୀକୁ ନେଇ ମାମଲା ମଧ୍ୟ ଚାଲିଥିଲା ।




user1 