ବାଘ ଛାଲ, ଦାନ୍ତ ଓ ନଖ ଜବତ, ୧୧ ଗିରଫ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ରେଞ୍ଜ ବାରବା ନିକଟ ବାଦଗଡ଼ ଅଞ୍ଚଳରୁ ବାଘ ଛାଲ, ଦାନ୍ତ ଓ ନଖ ଜବତ। ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ରାଇକିଆ ବନ ବିଭାଗ।
ଗିରଫ ହୋଇଥିବା ୧୧ ଜଣ ହେଲେ ବାଦଗଡ଼ ଗ୍ରାମର ଭିସ୍ମ ବିଶୋଇ (୬୦ ବର୍ଷ), ପରି ବିଶୋଇ (୫୦ ବର୍ଷ), ସୁନୀଲ ବିଶୋଇ(୩୦ ବର୍ଷ), ଉତ୍ସବ ଦଳ ବେହେରା (୩୦ ବର୍ଷ), ପ୍ରଦୀପ ଦଳ ବେହେରା (୪୦ ବର୍ଷ), ବାବୁ ଭୂୟାଁ (୪୩ ବର୍ଷ), ପୁରୁଣା କଂସାରୁ ଗ୍ରାମର ସିମାଞ୍ଚଳ ନାୟକ (୪୦ ବର୍ଷ), ଭଗବାନ ଦଳ ବେହେରା (୩୫ ବର୍ଷ), ଚନ୍ଦ୍ରକେତୁ ନାୟକ (୩୫ ବର୍ଷ), ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପେରୁଜୁ ଗ୍ରାମର ଗରିବ ନାୟକ (୩୫ ବର୍ଷ) ଓ ଭିକ ନାୟକ।
ସୂଚନା ମୁତାବକ, ଗତ ୩ ତାରିଖରେ ରାଇକିଆ ବନାଞ୍ଚଳ ଅନ୍ତର୍ଗତ କରଡ଼ା ରେଞ୍ଜ ବାଦଗଡ଼ ଅଞ୍ଚଳରେ ଏକ ଚିତା ବାଘକୁ ହତ୍ୟା ହୋଇଥିବା ଖବର ପାଇ ରାଇକିଆ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ ଓ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲ ପ୍ରମୁଖ ଘଟଣାର ତଦନ୍ତ କରିଥିଲେ। ଘଟଣାରେ ୧୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି।




admin 