ରେଳ ଧାରଣାରେ କଟି ଜଣେ ମୃତ

ରେଳ ଧାରଣାରେ କଟି ଜଣେ ମୃତ

ଓଡ଼ାପଡ଼ା : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ କଟି ଜଣଙ୍କର ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ପଡିଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କ ତଳେ ପରାଯାଇଥିଵା ଏକ ଗାମୁଛା ଉପରେ ଶୋଇ ରହିଥିବା ଅବସ୍ଥାରେ କୈାଣସି ରେଳଗାଡ଼ି ଯିବା ବେଳେ ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଛି। ମୃତକଙ୍କର ପରିଚୟ ମିଳିପାରି ନାହିଁ । ଘଟଣା ସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହୋଇଛି ।