ସମାକୋଇ-ଚକଦର ସେଚ ପ୍ରକଳ୍ପ ବନ୍ଦ୍ ଦାବିରେ ତେଲକୋଇବାସୀ, ପ୍ରକଳ୍ପ ହେଲେ ବୁଡିଯିବ ତେଲକୋଇ

ସମାକୋଇ-ଚକଦର ସେଚ ପ୍ରକଳ୍ପ ବନ୍ଦ୍ ଦାବିରେ ତେଲକୋଇବାସୀ, ପ୍ରକଳ୍ପ ହେଲେ ବୁଡିଯିବ ତେଲକୋଇ

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ସମାକୋଇ ନଦୀର ତଳମୁଣ୍ଡ ଚକଧର ଠାରେ ପ୍ରସ୍ତାବିତ ସାମକୋଇ- ଚକଦର ଜଳ ସେଚନ ପ୍ରକଳ୍ପକୁ ଲୋକେ ଦୀର୍ଘ ୪୦ବର୍ଷ ହେବ ବିରୋଧ କରି ଆସୁଛନ୍ତି । ଏହା ନିର୍ମାଣ ହେଲେ ତେଲକୋଇ ଅଞ୍ଚଳ ଜଳମଗ୍ନ ହେବା ସହ ଏଠାକାର ଇଞ୍ଚେ ଜମିକୁ ପାଣି ମାଡ଼ିବ ନାହିଁ ବୋଲି ଅଭିଯୋଗ ହେଇଛି । ହଜାର ହଜାର ସ୍ଥାନୀୟ ବାସିନ୍ଦା କେଉଁଆଡେ ଯିବେ ତାହାକୁ ନେଇ ଆଶଙ୍କାରେ । ରାଜ୍ୟ ସରକାର ଚଳିତ ବଜେଟ୍ ରେ ସାମକୋଇ - ଚକଦର ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା କରିଥିବାରୁ ତେଲକୋଇବାସୀ ଏହାକୁ ବିରୋଧ କରି ଆସୁଛନ୍ତି। ଏହାର ପ୍ରତିବାଦରେ ଅଗଷ୍ଟ ୨୭ରେ ତେଲକୋଇ ବନ୍ଦ୍ କରାଯାଇଥିଲା । ସରକାର୍ ପ୍ରକଳ୍ପ ବନ୍ଦ୍ ସମ୍ପର୍କରେ କୌଣସି ଘୋଷଣା କରି ନ ଥିବାରୁ ଗୁରୁବାର ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ବାଧ୍ୟ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ଅପରାହ୍ନରେ ବିଡ଼ିଓ, ତହସିଲଦାରଙ୍କ ସମେତ ଉପଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିଥିଲେ , ଏ ନେଇ ଏକ ସପ୍ତାହ ଭିତରେ ସରକାରୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ହଟିଥିଲା । ଆଗାମୀ ଦିନରେ ସରକାର ଯଦି ଆମ କଥା ନ ଶୁଣନ୍ତି ତାହାଲେ ଜିଲ୍ଲା ପାଳ କାର୍ଯ୍ୟଳୟ ଘେରାଉ ହେବ ବୋଲି ଲୋକେ କହିଥିଲେ ଆନ୍ଦୋଳନକାରି । ଦରକାର ପଡିଲେ ଜୀବନ ଦେବୁ ପଛେ ଚକଦର ପ୍ରକଳ୍ପ କରେଇ ଦେବୁ ନାହିଁ ବୋଲି ଖୋଲା ଚେତାବନି ଦେଇଥିଲେ ଆନ୍ଦୋଳନକାରି ।