କୋର୍ଟ କହିଲେ ମୁଖ୍ୟମନ୍ତ୍ରୀ ପଦ ରହିବ, ହେଲେ ଫାଇଲରେ ଦସ୍ତଖତ କରି ପାରିବେ ନାହିଁ କି ଅଫିସ ଯାଇ ପାରିବେ ନାହିଁ। ତଥାପି ଖୁସି କେଜରିୱାଲ।
୬ ମାସ ପରେ କେଜରିୱାଲଙ୍କୁ ମିଳିଲା ଜାମିନ୍ । ଏବେ ସେ ଜେଲରୁ ମୁକୁଳି ପାରିବେ । ଯଦିଓ ଇଡି ମାମଲାରେ ତାଙ୍କୁ ପୂର୍ବରୁ ଜାମିନ୍ ମିଳି ସାରିଥିଲା, ହେଲେ ସିବିଆଇ ମାମଲାରେ ଜାମିନ୍ ମିଳି ନ ଥିବାରୁ ସେ ଜେଲରେ ଥିଲେ । ଏବେ ଦୁଇଟି ଯାକ ମାମଲାରେ ବେଲ୍ ମିଳି ସାରିଥିବାରୁ ସେ ଜେଲରୁ ମୁକୁଳି ପାରିବେ । ହରିୟାଣା ନିର୍ବାଚନ ପୂର୍ବରୁ ଏହି ଜାମିନ୍ ଦଳ ପାଇଁ ଖୁବ୍ ଗୁରୁତ୍ୱ ରଖୁଛି । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ଶୁକ୍ରବାର ଏହି ବହୁ ପ୍ରତିକ୍ଷିତ ରାୟ ଶୁଣାଇଛନ୍ତି । ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ ।
ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପ୍ରଥମେ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା । ଜୁନ୍ ୨୬ ରେ ସେ ଇଡି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା । ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ତେବେ ସିବିଆଇ ଗିରଫଦାରୀ ହେତୁ ସେ ତିହାର ଜେଲରେ ରହିଥିଲେ। ଅବଶ୍ୟ 2024 ନିର୍ବାଚନ ପୂର୍ବରୁ କେଜ୍ରିବାଲ୍ ଆଣିଥିଲେ ଅଭିଯୋଗ ।
ନୂଆ କରି ଜାତୀୟ ଦଳର ମାନ୍ୟତା ପାଇବା ପରେ ଅଡୁଆରେ ଛନ୍ଦି ହୋଇଥିଲା ଦଳ । ଜଣଙ୍କ ପରେ ଜଣେ ଆପ୍ ର ହେବିଓ୍ବେଟ ନେତା ଗିରଫ ହୋଇଥିଲେ । ଦୀର୍ଘ 6 ମାସ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଜାମିନ, ପୂର୍ବରୁ କେଜ୍ରିବାଲ ଦେଇଥିବା ବୟାନ ଉପରେ ଚିନ୍ତା କରିବାକୁ ବାଧ୍ୟ କରୁଛି । ଏବେ ପ୍ରଶ୍ନ ଆସୁଛି କେଜ୍ରିଓ୍ବାଲ ଗିରଫ ହେବା ପୂର୍ବରୁ ଗଣମାଧ୍ୟମରେ ଦେଇଥିବା ବୟାନ ଜଦି ସତ ହିଏ ତେବେ ସ୍ଥିତି ବାସ୍ତବରେ ଚିନ୍ତାଜନକ । କାରଣ କେନ୍ଦ୍ରସରକାରଙ୍କୁ ନେଇ କେଜ୍ରିଓ୍ବାଲ ପୂର୍ବରୁ ଦେଇଥିବା ବୟାନ ଏବଂ ନିଜର ଗିଫଦାରୀ ଉପରେ ଉଠାଇଥିବା ପ୍ରଶ୍ନ ମଦନୀତି ମାମଲାରେ ଇଡି କରିଥିବା, ଗିରଫଦାରୀ ଉପରେ କେଜ୍ରିବାଲଙ୍କୁ ମିଳିସାରିଥିଲା ଜାମିନ୍ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି ଉପରେ ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରି କେଜରିୱାଲଙ୍କୁ ଦେଇଛନ୍ତି ସର୍ତମୂଳକ ଜାମିନ୍ । ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ।