ସ୍ବାସ୍ଥ୍ୟ ଓ ଆରେଗ୍ୟ କେନ୍ଦ୍ରରେ ଅଚଳାବସ୍ଥାକୁ ନେଇ ତାତିଲେ ରୋଗୀ

ସ୍ବାସ୍ଥ୍ୟ ଓ ଆରେଗ୍ୟ କେନ୍ଦ୍ରରେ ଅଚଳାବସ୍ଥାକୁ ନେଇ ତାତିଲେ ରୋଗୀ

ଉତ୍ତମ ସ୍ବାସ୍ଥ୍ୟ ସେବାର ଗୁରୁତ୍ୱକୁ ନେଇ  କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜର ପାରିବା ପଣିଆର ଡିଣ୍ଡିମ ପିଟୁଛନ୍ତି । ହେଲେ ଅନ୍ୟ ପଟେ ପାତରଅନ୍ତର ନିତି ନିର୍ଦ୍ଦେଶକୁ ନେଇ ପ୍ରତ୍ୟେକ  ସହରାଞ୍ଚଳ  ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗୁଡ଼ିକୁ ଅଚଳ କରିବା ପାଇଁ ମସୁଧା ଚଳାଇଛନ୍ତି ।  ଯାହାର ସତ୍ୟାସତ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ସହରାଞ୍ଚଳରେ ଦିର୍ଘ ଦିନ ଧରି ଚାଲୁଥିବା ସରକାରଙ୍କର ଏହି ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଟି  । ଯାହା ବର୍ତ୍ତମାନର ଚିତ୍ର ବୟାନ୍ କରୁଛି ସରକାରଙ୍କ ରୋଗୀ ଙ୍କ ପ୍ରତି କିଭଳି ଆନ୍ତରିକତା ରହିଛି ।  ଏପରିକି ଏଠାକୁ ଆସୁଥିବା ପ୍ରତ୍ୟେକ ରୋଗୀ ନିଜର ସ୍ବାସ୍ଥ୍ୟ ସଂପର୍କିତ ଟେଷ୍ଟ କରିବାକୁ ଆସିଲେ ସେମାନଙ୍କୁ ଟେଷ୍ଟ କରିବା ପାଇଁ ସଂପୂର୍ଣ୍ଣ ମନା କରାଯାଉଛି ।  ଯାହା ପୂର୍ବ ସରକାର ସମୟରେ ଏହି  ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀଙ୍କ  ପ୍ରତ୍ୟେକଟି ଟେଷ୍ଟ କରାଯିବା ସହ ମାଗଣାରେ ଔଷଧ ଉପଲବ୍ଧ କରାଇ ଦିଆ ଯାଉଥିଲା । ବର୍ତ୍ତମାନ ସମୟରେ ଦୂରଦୂରାନ୍ତରୁ ଆସୁଥିବା କୌଣସି ରୋଗୀଙ୍କ ନମୂନା ଟେଷ୍ଟ ହେଉ ନଥିବା ବେଳେ କିପରି ସେମାନେ ଔଷଧ ନେବେ , ସେନେଇ ଚିନ୍ତାରେ ରୋଗୀ ଓ ରୋଗୀଙ୍କ  ସଂପର୍କୀୟ ମାନେ । ସରକାରଙ୍କ ଏଭଳି  ଅଜବ ନିତି  ଓ ନିର୍ଦ୍ଦେଶନାମାକୁ ନେଇ ବହୁ  ନିରୀହ ଗରିବ ବୃଦ୍ଧ ବୃଦ୍ଧା ରୋଗୀ ମାନେ ଅସହ୍ୟ କଷ୍ଟ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି । ଏନେଇ ପୋଲସରା ଏନ୍. ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ ଙ୍କୁ ଆପତ୍ତି ଅଭିଯୋଗ କରି ଦାବି ପତ୍ର ପ୍ରଦାନ କରିବା ସହ ସରକାରଙ୍କ ଏଭଳି ନିଷ୍ପତ୍ତି କୁ ନେଇ କ୍ଷେଭ ପ୍ରକାଶ କରିଛନ୍ତି ସ୍ଥାନୀୟ ରୋଗୀ ।