ଅସନ୍ତୋଷ ପାଇଁ ବିଜେପିରେ ଗୃହଯୁଦ୍ଧ, ଜଗା ବନିଗଲେ ମୋହରା
ମିଳିଲାନି ମନ୍ତ୍ରୀପଦ ଅସନ୍ତୋଷ ପାଇଁ ବିଜେପିରେ ଗୃହଯୁଦ୍ଧ, ଜଗା ବନିଗଲେ ମୋହରା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ବିଜେପି ବିଧାୟକ ଲଖମଣ ବାଗ ହରେଇଲା ପରେ ଏକ ପ୍ରକାର ଚର୍ଚା ରେ ଥିଲେ। ସେହିଭଳି ମହାକାଳପଡାରେ ବିଜେଡିର ଟାଣୁଆ ନେତା ଅତନୁ ସବ୍ୟସାଚୀ ନାୟକ ଙ୍କୁ ବିଜେପି ପାର୍ଥି ଦୁର୍ଗା ପ୍ରସନ ନାୟକ ହରେଇଲା ପରେ ମଧ୍ୟ ଚର୍ଚାରେ ଥିଲେ। ଅନୁମାନ କରାଯାଉଥିଲା ଯେ ବିଜେପି ଏହି ଦୁଇ ନେତାଙ୍କୁ ସରକାର ରେ ମନ୍ତ୍ରୀ ଭାବରେ ସାମିଲ କରିପାରେ । କିନ୍ତୁ ଏବେ ସ୍ଥିତି ଦେଖିଲେ ଲାଗୁଛି କିଛି ଓଲଟା । ବିଜେପି ତାଙ୍କୁ ସାଇଟ ମାରି ଅନ୍ୟ ନେତା ମାନଙ୍କୁ ମନ୍ତ୍ରୀ କରିଥିଲା । ଏପଟେ ଜଗା ପ୍ରଧାନ ମାତ୍ର ୩୭ ଖଣ୍ଡ ଭୋଟ ରେ ହାରି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ତୁଳନାରେ ଅଧିକ ଚର୍ଚାରେ ଥିଲେ ।ନୂଆ ସରକାରକୁ ପୁରିଛି ଦୁଇ ମାସ । ଘରେ ନ ପଶୁଣୁ ମୁଣ୍ଡ ଚାଳରେ ବାଜିବା ଭଳି ଘଟଣା ବିଜେପିକୁ ଅଡୁଆ ସାଜିଛି । ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେପିରେ ଯୋଗଦେଇ ବିଜେପି ଟିକେଟରେ ନାମାଙ୍କନ ଭରିଛନ୍ତି । କିଛି ସମୟ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନ ଭାବରେ ନାମାଙ୍କନ ଭରିଛନ୍ତି । ସାଙ୍ଗରେ ଅଛନ୍ତି ନବୀନଙ୍କୁ ହରେଇ ଥିବା ଲଖମଣ ବାଗ ଓ ଅତନୁ ଙ୍କୁ ହରେଇଥିବା ଦୁର୍ଗା ପ୍ରସନ ନାୟକ।
ସମସ୍ତଙ୍କୁ ଗୃହଯୁଦ୍ଧର ପାଠ ପଢ଼ାଉଥିବା ବିଜେପି ଏବେ ଗୃହଯୁଦ୍ଧ ରେ ନିଜେ ଫସିଛି। ବିଜେପି ଦୀର୍ଘ ୨୫ ବର୍ଷ ଶାସନରେ ଥିବା ବିଜୁ ଜନତା ଦଳକୁ ହରାଇ ଶାସନ କୁ ଆସିଛି ସତ । ଦଳରେ ଅନେକ ପୁରୁଖା ଓ ଅଭିଜ୍ଞ ନେତା ଥାଉ ଥାଉ ବିଜେଡି ଛାଡି ବିଜେପି ରେ ଯୋଗଦେଇଥିବା ମମତା ଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଥିବା ଘଟଣା ସମସ୍ତଙ୍କ ମନକୁ ପାଉ ନାହିଁ ।