ଟମାଟୋ ଦର କମିଲା

ଟମାଟୋ ଦର କମିଲା

ନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବେ କେଜି ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦାମ୍ ଏବେ ୧୪ ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିଛି। ବିଭିନ୍ନ ସ୍ଥାନରେ ଟମାଟୋ ଦାମ୍ ଏବେ ୧୪-୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଭୁବନେଶ୍ବରରେ ଟମାଟୋ କେଜି ୩୦-୪୦ ଟଙ୍କା ରହିଛି। କର୍ଣ୍ଣାଟକରେ କେଜି ପିଛା ୨୦ ଟଙ୍କାରେ, ମହୀଶୂରର ପାଇକାରୀ ବଜାରରେ ଟମାଟୋର କେଜି ପିଛା ଦାମ୍ ରବିବାର ୧୪ ଟଙ୍କା ଥିଲା। ଶନିବାର ତାହା ୨୦ ଟଙ୍କାରେ ବିକ୍ରି ହେଉଥିଲା।