ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ

ଭୁବନେଶ୍ୱର :  ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ । ଲକ୍ଷ୍ମୀ ପୂଜା ପଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ସଂଘ । ମହାସଂଘର ଆନ୍ଦୋଳନ ଡାକରା ପରେ ଗତ କାଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ବିଏମ୍‌ସି ଡେପୁଟି କମିସନର୍ କମିସନରେଟ୍ ପୋଲିସର ଜୋନ-୧ ଏସିପି, ଆଇଆଇସି ଓ ଜେଡିସି ପ୍ରମୁଖ ଉପସ୍ଥିତ ଥିଲେ। ମହାସଂଘର ଦାବିଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ସେପଟେ ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି। ସେହିପରି ପାର୍ବଣ ଚାଲିଥିବାରୁ ହଠାତ ପରିବାର ବ୍ୟବସାୟ ବନ୍ଦ କଲେ ଜନସାଧାଣ ଅସୁବିଧାର ସମ୍ମୁଖୀନ ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ୭ଦଫା ଦାବି ଉପରେ ଆଲୋଚନା ହୋଇଛି । ୨୦ ତାରିଖରୁ ବନ୍ଦ ଡାକରା ଦେଇଥିଲା ସଙ୍ଘ । ଆନ୍ଦୋଳନ ସ୍ଥଗିତ ନେଇ ରାଜଧାନୀ କଞ୍ଚା ପନି ପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁ ସୂଚନା ଦେଇଛନ୍ତି ।