ଶିଡି ଚଢିବା ସମୟରେ ତୁମ ସହ ହେଉଛି କି ଏମିତି

ଶିଡି ଚଢିବା ସମୟରେ ତୁମ ସହ ହେଉଛି କି ଏମିତି

ଶିଡ଼ି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏଭଳି ସମସ୍ୟା ଉପୁଜିଥାଏ । ଯେଉଁ ଲୋକମାନେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତି ନାହିଁ, ସେମାନେ ଏଭଳି ଦୁର୍ବଳ ଅନୁଭବ କରିଥାନ୍ତି। ଆଉ ଶିଡ଼ି ଚଢ଼ିବାରେ କଷ୍ଟ ଅନୁଭବ କରିଥାନ୍ତି । ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ । ସେମାନଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ନିଜ ଡାଏଟ୍‌ରେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ସାମିଲ୍‌ କରନ୍ତୁ । ଆପଣଙ୍କ ଶରୀରକୁ ଶକ୍ତି ମିଳିବ । ଫଳରେ ଶିଢ଼ି ଚଢ଼ିବା ସମୟରେ ଧଇଁସଇଁ ହେବେ ନାହିଁ ।

ନିୟମିତ ଭରପୂର ନିଦରେ ଶୁଅନ୍ତୁ । ଭଲରେ ନ ଶୋଇବା ଯୋଗୁ ଥକା ଅନୁଭବ ହୋଇ ଏଭଳି ସମସ୍ୟା ଆସୁଥାଇପାରେ । ବଢୁଥିବା ଓଜନ ମଧ୍ୟ ଏଭଳି ସମସ୍ୟାର ଅନ୍ୟତମ କାରଣ ହୋଇପାରେ । ମୋଟାପଣ ମଧ୍ୟ ଆପଣଙ୍କୁ ଶିଢ଼ି ଚଢ଼ିବାରେ ସମସ୍ୟା ସୃଷ୍ଟି କରିପାରେ ।

ନିୟମିତ ଯୋଗାସନ ଓ ବ୍ୟାୟାମ କରିବା ସହ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହି ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌ । ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଅଧିକ ଡେରି ଯାଏ ଶୋଇବା ଯୋଗୁ ଏଭଳି ସମସ୍ୟା ମଧ୍ୟ ହୋଇପାରେ । ସେହିପରି ଚିନ୍ତା ଯୋଗୁ ମଧ୍ୟ ଶିଢ଼ି ଚଢ଼ିବା ସମୟରେ ଧଇଁସଇଁ ଲାଗିଥାଏ । ତେଣୁ ନିଜକୁ ଚିନ୍ତାମୁକ୍ତ ରଖିବାର ପ୍ରୟାସ କରନ୍ତୁ ।

ଯଦି ନିଜ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବା ପରେ ଏଭଳି ସମସ୍ୟା ଉପୁଜେ, ତେବେ ଏହା ଅନ୍ୟ କୌଣସି ରୋଗର ଲକ୍ଷଣ ହୋଇପାରେ । ଶରୀରରେ ପାଣିର ଅଭାବରୁ ଏଭଳି ସମସ୍ୟା ଉପୁଜିପାରେ । ଜଳାଭାବ ଯୋଗୁ ସିଢିରେ ଉଠିବା ସମୟରେ ଧଇଁସଇଁ ଲାଗିଥାଏ । ତେଣୁ ନିୟମିତ ଆବଶ୍ୟକ ପରିମାଣର ପାଣି ପିଇବା ସହ ପଇଡ଼ ପାଣି ଓ ଜୁସ ପିଇପାରିବେ । ଶରୀରରେ ରକ୍ତ ଅଭାବରୁ ମଧ୍ୟ ଏମିତି ସମସ୍ୟା ଉପୁଜିପାରେ । ତେଣୁ ନିଜର ରୁଟିନ୍‌ ଚେକ୍‌ଅପ୍‌ କରାଇ ନିଅନ୍ତୁ