ଶ୍ରୀମନ୍ଦିର ସିଂହଦ୍ବାରର ରୂପା ଛାଉଣି

ଶ୍ରୀମନ୍ଦିର ସିଂହଦ୍ବାରର ରୂପା ଛାଉଣି

ପୁରୀ : ବାହୁଡା ଯାତ୍ରା ଅବସରରେ ଶ୍ରୀମନ୍ଦିର ସିଂହଦ୍ବାରା ରୁପାରେ ଛାଉଣି ହୋଇଛି। ମୂମ୍ବାଇରୁ ଆସିଥିବା ରୁପାରେ ସୁସଜ୍ଜିତ କରାଯାଇଛି ସିଂହଦ୍ବାର।  ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ଫେରିବା ପରେ ସୁନାବେଶ ଅନୁଷ୍ଠିତ ହେବ ତେବେ ଭକ୍ତ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ସହ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣି ହୋଇଥିବା ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି।

ମୁମ୍ବାଇରୁ ପାଞ୍ଚଶହ କେଜି ଓଜନର ଦୁଇଟି ଷ୍ଟିଲ ଫ୍ରେମ ଆସି ପହଞ୍ଚିବା ପରେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଏହାକୁ ଶ୍ରୀମନ୍ଦିର ସିଂହଦ୍ୱାର ମଧ୍ୟକୁ ନେଇଥିଲେ ମୁମ୍ବାଇର ଜଣେ ଦାତା ରୂପା ଦାନ କରିଥିବା ବେଳେ ଦାତାଙ୍କ କାରିଗର ଜଗଦୀଶ ଏବଂ ହସମୁଖଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଥିଲା।ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ୱାରର ରୂପା ଛାଉଣୀ କରାଯାଇଥିବା ବେଳେ ଏବେ ଶ୍ରୀମନ୍ଦିର ସିଂହଦ୍ୱାର ରୂପାରେ ଝଲସୁଛି

ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନ ଯାତ୍ରାରେ ବାହାରିବା ପରେ ଶ୍ରୀମନ୍ଦିରର ସିଂହଦ୍ଵାରର ନୂତନ ରୂପାଦ୍ୱାର ସ୍ଥାପନ ନେଇ ମରାମତି କାମ ଚାଲିଥିଲା ପ୍ରଥମେ ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଇଥିଲା ଏହାପରେ ସିଂହଦ୍ବାରରେ ଥିବା ପିତ୍ତଳ ଦ୍ୱାରକୁ ଖୋଲାଯାଇଥିଲା ସିଂହଦ୍ୱାର କବାଟର ଅବିକଳ ଆଉ ଏକ ଅସ୍ଥାୟୀ ଦ୍ୱାର ନୀଳାଚଳ ଭକ୍ତନିବାସରେ ନିର୍ମାଣ ଚାଲିଥିଲା ମହାପ୍ରଭୁଙ୍କର ନୀତି କାନ୍ତି ଶ୍ରଦ୍ଧାଳୁଙ୍କ ଦର୍ଶନ ଯେଭଳି ପ୍ରଭାବିତ ହୁଏ ସେଥିପାଇଁ ସେଠାରେ ଏହି ଅବିକଳ ଡିଜାଇନ୍‌ ନିର୍ମାଣ କରାଯାଇଥିଲା