କଳା ବେଲୁନ ଉଡ଼ାଇ ୫-ଟି ସଚିବଙ୍କ ଗସ୍ତକୁ ବିରୋଧ

କଳା ବେଲୁନ ଉଡ଼ାଇ ୫-ଟି ସଚିବଙ୍କ ଗସ୍ତକୁ ବିରୋଧ

ଜଗତସିଂହପୁର: -ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏବେ ରାଜ୍ୟରେ ବିରୋଧର ସମ୍ନା କରିବାକୁ ପଡ଼ୁଛି। ରାଜ୍ୟ ରାଜନୀତି ବି ସରଗରମ ରହିଛି। ଏହି ସମୟରେ -ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିରୋଧ କରିଛି ଯୁବ ବିଜେପି ମୋର୍ଚ୍ଚା। କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି।

ରାହାମାରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ବିରୋଧ କରିଥିବା ବେଳେ ପାରାଦୀପ ଏଡିଏମ୍‌ ଅଫିସ ଆଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। କୁଜଙ୍ଗରେ କଳା ଶାଢ଼ୀ ପିନ୍ଧି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଯୁବ ମୋର୍ଚ୍ଚା କର୍ମୀମାନେ ପାଣ୍ଡିଆନ ଗୋ ବ୍ୟାକ୍‌ର ନାରା ଦେଇଛନ୍ତି।
-ଟି ସଚିବ ପାଣ୍ଡିଆନ ଆଜିଠୁ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଆଜି ସକାଳ ୯ଟା ୩୦ ମିନିଟ୍‌ରେ ସେ ହେଲିକପ୍ଟରରେ ଏରସମା ବ୍ଳକର ଶିଆଳିଠାରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୪୦ମିନିଟ ରହିବା ପରେ ପାରାଦ୍ୱୀପ ଗସ୍ତରେ ଯାଇଛନ୍ତି -ଟି ସଚିବ। ପାଣ୍ଡିଆନଙ୍କ ଭଳି ଜଣେ ସଚିବଙ୍କ ଜିଲ୍ଲା ଗସ୍ତକୁ ବିରୋଧ କରି ରାହାମାଠାରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବ୍ଲାଜ ଡେ ପାଳନ କରାଯାଇଛି। ଯୁବ ମୋର୍ଚ୍ଚା କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ଵେଲୁନ ଉଡ଼ାଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।