ରାଜନୀତିରେ ଏଣ୍ଟ୍ରି କରିବେ କି କ୍ରିକେଟର ଗାଙ୍ଗୁଲି ?

ରାଜନୀତିରେ ଏଣ୍ଟ୍ରି କରିବେ କି କ୍ରିକେଟର ଗାଙ୍ଗୁଲି ?

କୋଲକାତା: ରାଜନୀତିକୁ ଓହ୍ଲାଇବେ କି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ? ସେ ଟିଏମସିରୁ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଏପରି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ବୁଧବାର ମମତାଙ୍କୁ ଭେଟିଥିଲେ ଗାଙ୍ଗୁଲି । କିନ୍ତୁ ଉଭୟଙ୍କ ମଧ୍ୟରେ କେଉଁ ବିଷୟରେ ଆଲୋଚନା ହୋଇଛି ସେନେଇ ଗାଙ୍ଗୁଲି କିଛି ପ୍ରତିକ୍ରିୟା ରଖି ନାହାନ୍ତି ।
ଗତବର୍ଷ ଗାଙ୍ଗୁଲିଙ୍କୁ ସ୍ପେନରେ ଏକ ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । କଳ୍ପନାଜଳ୍ପନା ଲାଗି ରହିଥିଲେ ମଧ୍ୟ ଗାଙ୍ଗୁଲି ଏହାକୁ ଖଣ୍ଡନ କରିଥିଲେ । ଭାରତୀୟ ଟିମର ଜଣେ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି । କ୍ରିକେଟ ମୈଦାନରେ ତାଙ୍କର ଶୃଙ୍ଖଳିତ ନେତୃତ୍ବ ପାଇଁ ସେ ବେଶ ପରିଚିତ ଥିଲେ । କ୍ରିକେଟ ଜଗତରେ ଦାଦାଙ୍କ ନାମରେ ପରିଚିତ । ଦାଦା କହିଲେ କେବଳ ସୌରଭ ଗାଙ୍ଗୁଲିଙ୍କୁ ବୁଝାଉଥିଲା ।