ଶପଥ ଗ୍ରହଣ ବେଳେ ମୋଦିଙ୍କ ପାଖେ ବସିବେ ନବୀନ : ଧର୍ମେନ୍ଦ୍ର

ଶପଥ ଗ୍ରହଣ ବେଳେ ମୋଦିଙ୍କ ପାଖେ ବସିବେ ନବୀନ : ଧର୍ମେନ୍ଦ୍ର

ଶପଥ ଗ୍ରହଣ ବେଳେ ମୋଦିଙ୍କ ପାଖେ ବସିବେ ନବୀନ : ଧର୍ମେନ୍ଦ୍ର
ଭୁବନେଶ୍ୱର : ଓଡ଼ିଶାରେ ପରିବର୍ତନ ନିଶ୍ଚିତ ହେବ । ବିଜେପି ସରକାର ଗଢ଼ିବ । ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ । ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୂଚନାଯୋଗ୍ୟଯେ, ତିନି ପର୍ଯ୍ୟାୟ ନିର୍ବାଚନରେ ନବୀନ ସରକାର କ୍ଷମତାରୁ ହଟିଗଲେଣି ବୋଲି ମୋଦି କହିଥିଲେ । ସେ କହିଥିଲେଯେ, ନବୀନ ବାବୁ ଆପଣ ଏଥର ନିଶ୍ଚୟ ଯାଉଛନ୍ତି । ଆପଣଙ୍କ ବିଦା ହେବା ନିଶ୍ଚିତ ହୋଇଗଲେଣି । ଓଡ଼ିଶାର ଜନସାଧାରଣ ଏବେ ଆପଣଙ୍କୁ ବିଦାୟ ଦେବା ମୁଡ଼ରେ । ବିଜେଡ଼ି ଏବେ ଯେତେ ତାକତ ଲଗାଉ, ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଆସିବାକୁ କେବେ ରୋକି ପାରିବେନି । ବିଜେପି ସରକାର ଗଠନ ବେଳକୁ ମୁଁ ପୁଣି ଓଡ଼ିଶା ଆସିବି ବୋଲି ମୋଦି କହିଥିଲେ । ଏହାର ଜବାବରେ ନବୀନ କହିଥିଲେଯେ, ପ୍ରଧାନମନ୍ତ୍ରୀ ମହୋଦୟ, ଓଡ଼ିଶାରେ ବିଜେଡ଼ି ସରକାର ଗଠନ କରିବା ନିଶ୍ଚିତ । ତୃତୀୟ ପର୍ଯ୍ୟାୟ ଭୋଟ ପରେ ବିଜେଡ଼ି ବହୁମତ ପାଇସାରିଲାଣି । ବିଜେଡ଼ି ସରକାର ଗଠନର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆପଣଙ୍କୁ ନମ୍ରତାର ସହ ମୋର ଅନୁରୋଧ ବୋଲି ନବୀନ କହିଥିଲେ । ଆଜି ପୁଣି ନବୀନଙ୍କୁ ଜବାବ ଦେଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତିଯେ, ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ଆମେ ନବୀନ ପଟ୍ଟନାୟକଙ୍କୁ ଡାକିବୁ । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସାଇବୁ ବୋଲି ସେ କହିଥିଲେ ।