୫ ଟି ସଚିବ ପାଣ୍ଡିଆନ ପାଇବେ ଏକାମ୍ରଶ୍ରୀ

୫ ଟି ସଚିବ ପାଣ୍ଡିଆନ ପାଇବେ ଏକାମ୍ରଶ୍ରୀ

୫ ଟି ସଚିବ ପାଣ୍ଡିଆନ ପାଇବେ ଏକାମ୍ରଶ୍ରୀ
ଭୁବନେଶ୍ୱର, ୧୭/୨: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ନୁଆ ଲିଙ୍ଗରାଜ ମାର୍କେଟ ଏକାମ୍ର ସଂସ୍କୃତିକ ପ୍ରକାଶନୀ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର କହିଥିଲେ କି ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୩୧ତମ ବର୍ଷ ପାଳନ କରିବ । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି । ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ବାପି ଲହରୀ, ଅନୁରାଧା ପଡ଼ୱାଲ, ଆରତୀ ମୁଖର୍ଜି ସମେତ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଳାକାର ସଙ୍ଗୀତ ପରିବେଷଣ କରିବେ । ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ,ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ, ପ୍ରବଚନ ପ୍ରଭୃତି କରାଯିବା କାର୍ଯ୍ୟକ୍ରମ ରହିଛି ।ଏହି ସବୁ କାର୍ଯ୍ୟକର୍ମ ପ୍ରତିବର୍ଷ ଯୋଉଠି ହେଉଥିଲା ଏବେ ସେଇ ଜାଗାରେ ଅସ୍ଥାୟୀ ମଞ୍ଚରେ ହେବ। ଚଳିତ ବର୍ଷ ୫ଟି ସଚିବ ବିକେ ପଣ୍ଡିଆନ, ପୁର୍ତ୍ତ ବିଭାଗ ସଚିବ ଡ କିଶନ କୁମାର, ବିଏମସି କମିଶନର ଡ ପ୍ରେମଚନ୍ଦ ଚୌଧୁରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, କଣ୍ଠଶିଳ୍ପୀ ବାପି ଲହରୀ, ଅନୁରାଧା ପଡ଼ୱାଲ, ଆରତୀ ମୁଖ।ର୍ଜି, ମନ୍ମଥ ମିଶ୍ର, ଦିପୁ ମହାନ୍ତି, ସ୍ନେହାଶ୍ରୀ ସାହୁଙ୍କୁ ଏକାମ୍ରଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଶ୍ରୀ ରାଉତରାୟ ସୂଚନା ଦେଇଥିଲେ।ଏହି କାର୍ଯ୍ୟକର୍ମରେ ଓଡିଶା ରାଜ୍ୟପାଳ,ଓଡିଶା ମୁଖ୍ୟମନ୍ତ୍ରୀ,ଆନ୍ଧ୍ର ରାଜ୍ୟପାଳ,ରାଜ୍ୟ ମନ୍ତ୍ରୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକର୍ମ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ସମେତ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ରତିକାନ୍ତ ମହାସୁଆର,ରଶ୍ମି ମହାପାତ୍ର, ଲାଲୁ ମହାନ୍ତି, ବାବନ ଚନ୍ଦ୍ର ପଢିହାରି, କେଦାର ନାଥ ମହାପାତ୍ର, କପିଳ ପଣ୍ଡା, ବିଶ୍ୱନାଥ ମହାପାତ୍ର,ସୁଧୀର ଚନ୍ଦ୍ର ଜେନା,ଜୟକୃଷ୍ଣ ମଲିଆ, ତପନ ମହାସୁଆର,ଲିଙ୍ଗରାଜ ସାହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ