ସୌମ୍ୟ ଓ ସୁଧାଂଶୁ ବିଦା

ସୌମ୍ୟ ଓ ସୁଧାଂଶୁ ବିଦା

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି  । ଉଭୟଙ୍କୁ ବିଜେଡ଼ିରୁ ବହିଷ୍କାର କରାଯାଇଛି  । ଫଳରେ ସେମାନେ ଆଉ ବିଜେଡ଼ିର ବିଧାୟକ ଭାବେ ମାନ୍ୟତା ପାଇବେ ନାହିଁ  । ପୂର୍ବରୁ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ଦଳରୁ ବହିଷ୍କାର କରାଯାଇଥିଲା  । 
ସୌମ୍ୟ ଖୁବଶୀଘ୍ର ଦଳରୁ ବିଦା ହେବେବୋଲି ପୂର୍ବରୁ ଅନୁମାନ କରାଯାଉଥିଲା  । ଅପରପକ୍ଷରେ କୃଷି ଯନ୍ତ୍ରପାତି ଦୁର୍ନୀତି ମାମଲାରେ ସୁଧାଂଶୁ ଛନ୍ଦି ହୋଇ ଯାଇଛନ୍ତି  । ତାଙ୍କ ବିରୋଧରେ ପ୍ରମାଣ ବି ମିଳିଛି  । ନିର୍ବାଚନ ଆଗକୁ ଥିବାରୁ ତାଙ୍କୁ ବି ଦଳ ବହିଷ୍କାର କରି ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି  ।