ସାପ କାମୁଡାରେ ତିନି ମୃତ

ସାପ କାମୁଡାରେ ତିନି ମୃତ

ଭଞ୍ଜନଗର: ବୁଗୁଡ଼ା ଥାନା ଅନ୍ତର୍ଗତ କାଞ୍ଜିଆ ପଲ୍ଲୀ ଗାଁରେ ଅଭାବନୀୟ ଘଟଣା। ସାପ କାମୁଡାରେ ବାପ-ଝିଅଙ୍କ ମୃତ୍ୟୁ। ମୃତକ ହେଲେ ଶିବରାମ ନାୟକ ଏବଂ ତାଙ୍କ ନାବାଳିକା ଝିଅ।  ବାପାଝିଅ ଘରେ ଶୋଇ ଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡ଼ିଥିଲା।

ପରେ ସକାଳେ ସାପ କାମୁଡ଼ିଥିବା ନେଇ ଜାଣିବାପରେ ପରିବାର ଲୋକେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ସେତେବେଳକୁ ନାବାଳିକାର ମୃତ୍ୟୁ ହୋଇସାରିଥିଲା। ଆଉ ଅପରାହ୍ନରେ ବାପା ଶିବରାମ ନାୟକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।
ତେବେ ପ୍ରକୃତରେ କେଉଁ କାରଣରୁ ଦୁହିଁଙ୍କ ମୃତ୍ୟୁ ଘଟିଛି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ, ବିଷାକ୍ତ ସାପ କାମୁଡାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । 
ସେହିଭଳି, ଗାଙ୍ଗପୁର ଥାନା ଅନ୍ତର୍ଗତ ମରେଈପାଟ ଗାଁରେ ମଧ୍ୟ ଏଭଳି ଏକ ସମାନ ଘଟଣା ଦେଖିବାକୁ ମିଳିଛି। ଏଠାରେ ଘରେ ଶୋଇଥିବା ବେଳେ ଶଶୀ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।