ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ଭୁବନେଶ୍ୱର:  ଗୋଟିଏ ପଟେ ଡେଙ୍ଗୁ ସ୍ଥିତି ଅଣାୟତ ହେଉଥିବା ବେଳେ ଚିନ୍ତା ବଢ଼ାଇଛି ଡେଙ୍ଗୁ-୨ ପ୍ରଜାତି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆରଏମଆସିରେ ରକ୍ତ ନମୁନା ସିକ୍ୟୁଏନ୍ସିଂ କରାଯାଇଛି । ସେରୋ ସର୍ଭିଲାନ୍ସରେ ଡେଙ୍ଗୁର ୪ ପ୍ରକାର ଭୂତାଣୁ ଦେଖିବାକୁ ମିଳିଥାଏ । ଏବେ ୭୦ ପ୍ରତିଶତ ନମୁନାରେ ଡେଙ୍ଗୁ-୨ (ଡିଇଏନ୍ଭି-୨) ଚିହ୍ନଟ।  ୨୮ ପ୍ରତିଶତ ନମୁନାରେ ଡେଙ୍ଗୁ-୧।  ଗୋଟିଏ ନମୁନାରେ ଡେଙ୍ଗୁ-୩।  ଦୁଇଟି ନମୁନାରେ କୋ-ଇନ୍ଫେକ୍ସନ। 

ସେପ୍ଟେମ୍ବରରେ ଡେଙ୍ଗୁର ପିକ୍ ପରିୟଡ ଚାଲିଛି । ଭୁବନେଶ୍ୱର ଡେଙ୍ଗୁ ହଟସ୍ପଟ୍ ପାଲଟିଥିବା ବେଳେ କ୍ୟାପିଟାଲ ହସପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତିକି ରୋଗୀ ଆସୁଛନ୍ତି, ସେତିକି ବେଡ୍ ନଥିବାରୁ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ । ହସପିଟାଲର ସ୍ଥିତି ଏପରି ହୋଇଛି ଯେ ଅନ୍ୟ ରୋଗୀଙ୍କୁ ଡେଙ୍ଗୁ ବ୍ୟାପିବା ଆଶଙ୍କା ବୃଦ୍ଧି ପାଇଛି । ଏପଟେ କ୍ୟାପିଟାଲ ହସପିଟାଲର ଚାପ କମାଇବା ପାଇଁ ଆରଏମଆରସିରେ ଡେଙ୍ଗୁ ପରୀକ୍ଷା ଉପଲବ୍ଧ କରାଯିବ । ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡେଙ୍ଗୁ ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ସରକାରଙ୍କ ପକ୍ଷରୁ ଡେଙ୍ଗୁ ସଂପର୍କରେ ସଚେତନ କରାଯାଉଛି ।