ଶରତ ନାୟକଙ୍କୁ ସସ୍ପେଣ୍ଡ କଲା ବିଜେଡି
ଭୁବନେଶ୍ୱର: ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ଶରତ ନାୟକଙ୍କୁ ବିଜୁ ଜନତା ଦଳ (ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଶରତ ପୂର୍ବରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏହି ମାମଲାର ସନ୍ଦିଗ୍ଧ ଖେଳ ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତ୍ତା ଭାଇରାଲ ହୋଇଛି। ଅଡିଓରେ ମାମଲା ରଫାଦଫା ପାଇଁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିଛି।
ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ। ୨ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ଏକ ଅଡିଓ ଓ ଚିଠି ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଏ କହୁଛି ପ୍ରେମକୁ ନେଇ ନାବାଳିକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତ ଆଉ କେହି ଅନର କିଲିଂ ଆଶଙ୍କା କରୁଛନ୍ତି। ନାବାଳିକାଙ୍କ ମୃତ୍ୟୁ ପଛର ସତକୁ ଚାପି ଦେବାକୁ ମିଳିତ ଷଡ଼ଯନ୍ତ୍ର ହୋଇଥିବା ସୁରାଗ୍ ସାମ୍ନାକୁ ଆସିଥିବାରୁ ଏମିତି ଚର୍ଚ୍ଚା ହେଉଛି।
ମାମଲାର ରଫାଦଫା ନେଇ ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ଥାନା ଠାରୁ ଆରମ୍ଭ କରି ରାଜନୀତିକ ମୈଦାନ ପର୍ୟ୍ୟନ୍ତ ହୁଲସ୍ତୁଲ ହୋଇଯାଇଛି। ଶେଷରେ ପୁଲିସ ସକ୍ରିୟ ହେବା ସହିତ ଖୋଳତାଡ଼ ଆରମ୍ଭ କରିଛି।




admin 