ଥରିଲା ଜନପଥ, ଗାଡି ଚଢାଇ ମାରି ଦେଇଥାନ୍ତେ
ରାଜଧାନୀରେ ଆତଙ୍କ । ଦିନ ଦ୍ୱିପ୍ରହରରେ ଛାତି ଥରାଇ ଦେଲା ଭଳି ଷ୍ଟଣ୍ଟ । ଷ୍ଟଣ୍ଟ ତ ନୁହେଁ ପୁରା ହିଟ୍ ଆଣ୍ଡ ରନ୍ ଭଳି ପରିସ୍ଥିତି । ଅଳ୍ପକେ ବର୍ତିଗଲା ଏକାଧିକ ଜୀବନ । ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ । ଭୁବନେଶ୍ୱରର ଜନପଥ, ସମୟ ଦିନ ୧୧ । ରାମ ମନ୍ଦିରରୁ ରୂପାଲି ଛକ ମୁଖ୍ୟରାସ୍ତା । ୪ଟି ଏସୟୁଭି କାର୍ ଯାଉଥିଲା ଅତି ଦ୍ରୁତ ଗତିରେ । ସେଥିରୁ ଗୋଟିଏ କାର୍ ଅତି ବିପଦପୂର୍ଣ ଭାବେ ରାସ୍ତାରେ ଗତି କରି କରୁଥିଲା । କେତେବେଳେ ସାପ ଭଳି କାର୍ ଚଲା ଯାଉଥିଲା ତ ପୁଣି କେତେବେଳେ ଫୁଟପାଥ ଉପରେ ଚଢାଇ ଦେଉଥିଲା ଚାଳକ ଜଣକ । ନିଜ ଡାହାଣ ଓ ବାମ ପଟେ ଯାଉଥିବା ଅନ୍ୟ ଚାଳକଙ୍କୁ ବି ସାଇଡ୍ ମାରିବାକୁ ପଛାଉ ନ ଥିଲା କାର୍ ଚାଳକ । କେବଳ ସେତିକି ନୁହେଁ, କାର ୱିଣ୍ଡୋ ଦେଇ ଜଣେ ବାହାରକୁ ଝୁଲି ରହିଥିଲେ । ହାତରେ ସବୁଜ ରଙ୍ଗର ପତାକା ଧରି ହଲାଇ ଚିକ୍ରାର କରୁଥିଲେ । କାରଟି ଏପରି ଢଙ୍ଗରେ ରାସ୍ତାରେ ଯାଉଥିଲା ସତେ ଯେମିତି ଡ୍ରାଇଭର ହିଁ ନାହାନ୍ତି କିମ୍ବା କାର୍ ନିଜ ଉପରୁ ନିୟନ୍ତ୍ରଣ ହରାଇଛି । କିନ୍ତୁ ସେମିତି କିଛି ନୁହେଁ, କାର୍ ଡ୍ରାଇଭର ଅତି ଉତ୍ସାହିତ ହୋଇ ଏପରି ଗାଡି ଚଳାଉଛନ୍ତି ଯେ ଅନ୍ୟର ସୁର କ୍ଷା ଭୁଲି ଯାଇଛନ୍ତି । ଏହି କାର ଚାଳକଙ୍କୁ ସୁର କ୍ଷା ଦେଉଛନ୍ତି ଆଉ ୩ଟି କାର୍ । ସେମାନେ ବି ସମାନ ବେଗରେ ଗାଡି ଚଲାଉଛନ୍ତି । କାରର ସନ୍ ରୁଫ୍ ବାଟେ ଛିଡା ହୋଇ ଚିକ୍ରାର କରୁଛନ୍ତି । ଏପରି ଦୃଶ୍ୟ ଜନପଥରେ ଆତଙ୍କ ସୃଷ୍ଟି କରିଥିଲା । କାର ପଛରେ ଯାଉଥିବା ଗାଡି ଚାଳକ କିଛି ସମୟ ପାଇଁ ସେହି ଆତଙ୍କ ସୃଷ୍ଟିକାରୀ କାର ଠାରୁ ଦୁରେଇ ଯାଇଥିଲେ । କିଛି ଯୁବକ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରି ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ପୋଲିସ ଏହି ଘଟଣା ପ୍ରତି ତୁରନ୍ତ ପଦକ୍ଷେପ ନେଇଛି । ମୋଟ ୩ଟି କାର୍ ଜବତ କରିଥିବାବେଳେ ୫ ଜଣଙ୍କୁ ଗିରଫ କରିଛି । ଏହା ସହ ଫେରାର ଥିବା ଅନ୍ୟ ଯୁବକଙ୍କୁ ଖୋଜୁଛି । ପୋଲିସ ନିଜ ଆଡ ମାମଲା ରୁଜୁ କରିଛି । ବ୍ୟୁରୋ ରିପୋର୍ଟ, ୟୁବିସି ନ୍ୟୁଜ୍ ।