ଆଉ ନାହାନ୍ତି ଝୁଲ ସାର

ଆଉ ନାହାନ୍ତି ଝୁଲୁ ସାର । 86 ବର୍ଷ ବୟଷରେ ଗତ ୪ ତାରିଖ ସକାଳେ ତାଙ୍କର ଘଟିଥିଲା ପରଲୋକ ।ତେବେ ସାରଙ୍କ ଏକାଦଶ କର୍ମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓପହଁଞ୍ଚି ସ୍ବର୍ଗତ ଝୁଲଚରଣ ମହାପାତ୍ରଙ୍କୁ ସ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ବକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତେବେ ସାରଙ୍କ ବଳିଷ୍ଠ ଉଦ୍ୟମ ଓ ନେତୃତ୍ବ ଯୋଗୁଁ ନିଜ ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ସମେତ ଗୋରଖନାଥ ଏମ୍ଇ ସ୍କୁଲ, ତରଜଙ୍ଗା ହାଇସ୍କୁଲ ଓ ବିଦ୍ୟାଧରପୁର ନୂତନ ପଞ୍ଚାୟତ ଆଦି ଅନୁଷ୍ଠାନର ସ୍ଥାପନ ସମ୍ଭବ ହୋଇଥିଲା। କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତେବେ ସାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗନ୍ଧନପଡ଼ା ଗାଆଁରେ ପ୍ରବୀଣ ଗଣିତ ଶିକ୍ଷକ ଝୁଲଚରଣ ମହାପାତ୍ର ବେଶ ପରିଚିତ ଏବଂ ସନ୍ମାନସ୍ପଦ ଥିଲେ । ସାରଙ୍କ ବିୟୋଗ, ସ୍ଥାନୀୟ ଅଞ୍ଚଳରେ ଏକ ସ୍ବକପୂକର୍ଣ୍ଣ ବାତାବରଣ ଦେଖିବାକୁ ମିଳିଥିଲା । ସ୍ବର୍ଗତ ଶ୍ରୀ ମହାପାତ୍ର ଜଣେ ଶିକ୍ଷକ ଥିଲେ ତାହା ନୁହେଁ ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଛାତ୍ରବତ୍ସଳ, ଧର୍ମପରାୟଣ ଏବଂ ବିଶେଷ କରି ଜଣେ ସୁଦକ୍ଷ ସଂଗଠକ ଭାବରେ ଖ୍ୟାତି ଲାଭ ମଧ୍ୟ କରିଥିଲେ ।ସ୍ଥାନୀୟ ଗନାଇଲୋ ସ୍ଥିତ ଚିନ୍ତାମଣି ଏମ୍ଇ ସ୍କୁଲରୁ ଅବସର ନେଲା ପରେ ସେ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବା ସହ ନିଜ ଜୀବନକୁ ବିବିଧ ସମାଜସେବାରେ ଉତ୍ସର୍ଗ କରିଦେଇଥିଲେ। କିନ୍ତୁ ପ୍ରିୟ ଝୁଲ ସାର୍ ଚାଲିଯିବାର ଖବର ପ୍ରଚାର ମାତ୍ରେ ବିଭିନ୍ନ ପଦପଦବିରେ ଥିବା ବହୁ ପୁରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଗନ୍ଧନପଡ଼ା ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ପୁରୀ ନିଆଯାଇ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ବଡ଼ପୁଅ ରଞ୍ଜନ ମୁଖାଗ୍ନି ଦେଇଥିଲେ।