ବଦଳିଲା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ୟୁନିଫର୍ମ

ବଦଳିଲା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ୟୁନିଫର୍ମ

ଭୁବନେଶ୍ୱର : ବଦଳିଲା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ୟୁନିଫର୍ମ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଘରୋଇ ସ୍କୁଲ ପିଲାଙ୍କ ପରି ପୋଷାକ ପିନ୍ଧିବେ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ । ଚେକ୍ ସାର୍ଟ ଓ ଫୁଲ ପ୍ୟାଂଟରେ ନଜର ଆସିବେ । ଖାଲି ସେତିକି ନୁହେଁ , ସପ୍ତାହକୁ ଟି ସାର୍ଟ ଓ ଟ୍ରାକ୍ ପ୍ୟାଂଟ ପିନ୍ଧିବା ସହ ଜୋତା ପିନ୍ଧି ଆସିବେ । ଏହା ସହ ଆମେ  ଗଢିବା ନୂଆ ଓଡ଼ିଶା ଲୋଗୋ ଥିବା ଟୋପି ମଧ୍ୟ ଦିଆଯିବ ।

ଏସବୁର ଖର୍ଚ୍ଚ ବହନ କରିବବେ ମୁଖ୍ୟମନ୍ତ୍ରୀ । ପ୍ରତି ପିଲା ପିଛି ଏକ ହଜାର ଟଙ୍କା ବହନ କରିବେ ମୁଖ୍ୟ ମନ୍ତ୍ରୀ । ୟୁନି ଫର୍ମ ତିଆରି କରିବେ ବିଭିନ୍ନ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଅଗଷ୍ଟ ୧୫ ସୁଦ୍ଧା ପୋଷାକ ତିଆରି କରାଯାଇ ବଂଟନ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।