୨୦ରୁ ୨୯ ପୂଜା ଛୁଟି
ଭୁବନେଶ୍ବର : ଶନିବାର ମହାଳୟା ପାଇଁ ସବୁ ସ୍କୁଲଗୁଡ଼ିକୁ ଛୁଟି । ଏନେଇ ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଶନିବାର ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ।
ଏଥି ସହିତ ଆଜି ମଧ୍ୟ ଚଳିତ ଦୁର୍ଗାପୂଜା(ଦଶହରା) ଛୁଟି ନେଇ ଘୋଷଣା କରିଛି ଗଣଶିକ୍ଷା ବିଭାଗ। ଗଣଶିକ୍ଷା ବିଭାଗର ନୋଟିସ୍ ଅନୁସାରେ ୨୦ରୁ ୨୯ ତାରିଖ ପର୍ୟ୍ୟନ୍ତ ପୂଜା ଛୁଟି ରହିବ। ଦଶହରା ଛୁଟି ମଧ୍ୟରେ ଦୁଇଟି ରବିବାରକୁ ମିଶାଇ ଚଳିତ ବର୍ଷ ପୂଜା ଛୁଟି ମୋଟ ୧୦ଦିନ ରହିବ।




admin 