ଭାତ ଡାଲମା ଖାଇବା ପରେ ୨୪ଛାତ୍ରୀ ଅସୁସ୍ଥ

ଭାତ ଡାଲମା ଖାଇବା ପରେ ୨୪ଛାତ୍ରୀ ଅସୁସ୍ଥ

କେନ୍ଦୁଝର: ଝାଡାବାନ୍ତିରେ ୨୪ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ।

ଗତକାଲି ଛାତ୍ରୀ ମାନେ ସକାଳେ ହଷ୍ଟେଲରେ ଭାତ ଓ ଡାଲମା ଖାଇ ସ୍କୁଲକୁ ଯାଇଥିଲେ। ପ୍ରାର୍ଥନା ସମୟରେ ଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। କିଛି ଛାତ୍ରୀଙ୍କୁ ଝାଡ଼ାବାନ୍ତି ହେବା ସହ ମୁଣ୍ଡ ବିନ୍ଧା ହୋଇଥିଲା। ଶିକ୍ଷକମାନେ ପିଲାମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ।  ହେଲେ ସେମାନଙ୍କ ଦେହ ଅଧିକ ‌ଅସୁସ୍ଥ ପଡ଼ିଥିଲା। ସମସ୍ତ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

 କେଉଁ କାରଣ ପାଇଁ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା ତାହା ଜଣାପଡ଼ିନାହିଁ।  ଖାଦ୍ୟରେ କିଛି ବିଷାକ୍ତ ଜିନିଷ ପଡ଼ିଯିବା ଏପରି ହୋଇଥିଲା, ଆଉ କିଛି କାରଣ ଅଛି ଜଣାପଡ଼ିନାହିଁ।