ଫେରିଲେ ସଞ୍ଜୟ
ଭୁବନେଶ୍ୱର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ସଂଗଠନକୁ ସୁଦୃଢ କରିବାରେ ଲାଗିପଡ଼ିଛନ୍ତି ।
ଏହି କ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପୁରୁଖା ନେତାକୁ ଭିନ୍ନ ଭିନ୍ନ ଦାୟିତ୍ୱ ଦେଉଛନ୍ତି । ତଦନୁଯାୟୀ ଦୀର୍ଘ ଦିନ ହେଲା ବିଜେଡିରେ କୋଣଠେସା ହୋଇରହିଥିବା ସଞ୍ଜୟ ଦାସବର୍ମାଙ୍କୁ ଦଳ ନୂଆ ଦାୟିତ୍ୱ ଦେଇଛି । ସଞ୍ଜୟ ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ।
ଏହାଛଡ଼ା ପ୍ରତାପ ଜେନାଙ୍କୁ ମଧ୍ୟ ନବୀନ ନୂଆ ଦାୟିତ୍ୱ ଦେଇଛନ୍ତି । ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲା ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରାଯାଇଛି ।
ଉଭୟଙ୍କ ନିଯୁକ୍ତି ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।




admin 