ଫଟୋରେ ଋଷି ସୁନକଙ୍କର ସୌଜନ୍ୟତାର ଝଲକ
ନୂଆଦିଲ୍ଲୀ: ଜି ୨୦ ଶିଖର ସମ୍ମିଳନୀ ବିଶ୍ବମଞ୍ଚ ଶେଷ ହୋଇଛି । ମହାଶକ୍ତିର ମହାସମ୍ମିଳନୀ ଦେଖିଲା ଦୁନିଆ । ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ବ କୂଟନୀତିର ମହାକୁମ୍ଭ ଜି ୨୦ ଶିଖର ସମ୍ମିଳନୀର ଅର୍ଭୂତପୂର୍ବ ସଫଳତାପୂର୍ବକ ଆୟୋଜନ ନେଇ ସଫଳତା ସାଉଁଟିଛି ଭାରତ । ଏହି ସମ୍ମିଳନୀରେ କିଛି ଏମିତି ଫଟୋ ସାମ୍ନାକୁ ଆସିଛି ତାହା ଲୋକଙ୍କ ହୃଦୟକୁ ଛୁଇଁଛି । ଆମେ କହୁଛୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଥା । ଏକ ଫଟୋରେ ଋଷି ସୁନକ ଆଣ୍ଠୁମାଡି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ଋଷି ସୁନକଙ୍କର ସୌଜନ୍ୟତାର ଝଲକ ଦେଖିବାକୁ ମିଳିଛି ।
ରବିବାର ଜି୨୦ ଶିଖର ସମ୍ମିଳନୀରେ ଅନ୍ତିମ ଦିନ ଥିଲା । ଏହି ଦିନ ପ୍ରଥମେ ସମ୍ମିଳନୀରେ ସାମିଲ ହୋଇଥିବା ବିଶ୍ବନେତା ପ୍ରଥମେ ରାଜଘାଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଦୀର ଉପଢୌକନ ଦେଇ ସ୍ବାଗତ କରିଥିଲେ । ଏହା ସହିତ ସାବରମତୀ ଆଶ୍ରମ ବିଷୟରେ ବୁଝାଇଥିଲେ । ପରେ ବିଶ୍ବ ନେତ ରାଜଘାଟରେ ଜାତିର ପିତା ମହାତ୍ନା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହାପରେ ସମାଧିସ୍ଥଳ ବୁଲି ଦେଖିଥିଲେ ବିଶ୍ବ ନେତା । ପରେ ପରେ ଜି ୨୦ ସମ୍ମିଳନୀରେ ଦ୍ବିତୀୟ ଦିନର ଆଲୋଚନାରେ ସାମିଲ ହୋଇଥିଲେ । ସମ୍ମିଳନୀରେ ଶେଷ ଦିନରେ ଋଷି ସୁନକଙ୍କର ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିଲେ ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ତଳେ ଆଣ୍ଠୁମାଡି କଥା ହେଉଥିବା ଦେଖିବାକୁ ମିଳିଛି । ଏହି ଫଟୋଟି ସମସ୍ତଙ୍କ ହୃଦୟଙ୍କ ଛୁଇଁଛି । କିଛି ୟୁଜର୍ସମାନେ ଫଟୋଟିକୁ ପ୍ରଶଂସା କରି କହିଛନ୍ତି, ''ପ୍ରକୃତ ବଡ ଲୋକଙ୍କ ପାଖରେ ଅହଂକାର ନଥାଏ ତାଙ୍କ ପରିବାରର ସଂସ୍କାର ।'