ଅଭିନେତ୍ରୀ ରିୟା ଦେ'ଙ୍କ ପାଇଁ ବଢିଲା ଅଡୁଆ
ଅଭିନେତ୍ରୀ ରିୟା ଦେ'ଙ୍କ ପାଇଁ ବଢିଲା ଅଡୁଆ। ରିୟାଙ୍କ ବିରୁଦ୍ଧରେ ଭୁବନେଶ୍ବର ରେ ହୋଇ ଥିବା ମାମଲା କଟକ ସ୍ଥାନାନ୍ତର ହୋଇଛି। କଟକ ବିଡାନାସୀ ଥାନାକୁ ମାମଲା ସ୍ଥାନାନ୍ତର କରିଛି ଚନ୍ଦ୍ରଶେଖର ପୋଲିସ। ଆଗକୁ ପିଡିତା ଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୋଗ ସଂପର୍କ ରେ ତଦନ୍ତ କରାଯିବ। ଏଥି ସହିତ
ଅଭିଯୋଗ କାରିଣୀ ଙ୍କ ବୟସ ସଂପର୍କ ରେ ମଧ୍ଯ ଯାଞ୍ଚ କରାଯିବ। ଘରୋଇ ସହାୟିକାଙ୍କୁ ଶାରୀରିକ ନିର୍ଯାତନା ନେଇ ହୋଇଛି ମାମଲା।
ରିୟା ଦେ ଓ ତାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି ପୀଡ଼ିତା ବର୍ଷା ବେହେରା। ରିୟାଙ୍କ ସ୍ବାମୀ ତାଙ୍କୁ ପ୍ରବଳ ମାଡ଼ ମାରୁଥିଲେ ବୋଲି ବର୍ଷା ଏତଲା ରେ ଉଲ୍ଲେଖ କରିଛନ୍ତି।
ଏନେଇ ପତିକ୍ରିୟା ରଖିଲେ ଅତିରିକ୍ତ ଡ଼ିସିପି ଅନୀଲ ମିଶ୍ର।