ସାମଞ୍ଜସ୍ୟ ନଥାଇ ମଧ୍ୟ ସମ୍ପର୍କକୁ ଆଗକୁ ବଢାଇ ପାରିବେ
ଦିନଥିଲା ପୁଅ ଝିଅ କେହି କାହାରିକୁ ନ ଦେଖି ଅଭିଭାବକଙ୍କ ପସନ୍ଦରେ ବିବାହ କରୁଥିଲେ । ଏପରିକି ବଞ୍ଚିଥିବା ଯାଏ ସେହି ସମ୍ପର୍କକୁ ବିନା ସର୍ତ୍ତରେ ତୁଲାଉଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି । ପୁଅ ଝିଅ ପରସ୍ପର ସହ ମିଳାମିଶା କରିବା ପରେ ଯଦି ଉଭୟଙ୍କ ପସନ୍ଦ ହେଉଛି। ତେବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । କେତେକ କ୍ଷେତ୍ରରେ ପୁଅ ଝିଅଙ୍କ ମଧ୍ୟରେ କିଛି ବି ସାମାଞ୍ଜସ୍ୟ ନଥାଏ। ତଥାପି ସେମାନେ ପରସ୍ପର ପ୍ରତି ଆକର୍ଷିତ ହୋଇଥାନ୍ତି । ଏପରିକି ବିବାହ ମଧ୍ୟ କରିଥାନ୍ତି । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଉଭୟଙ୍କ ମଧ୍ୟରେ କୌଣସି ତାଳମେଳ ରହିନଥାଏ । ଫଳରେ ଏହା କେବେ କେବେ ଦାମ୍ପତ୍ୟ ଜୀବନରେ ଫାଟ ଆଣିଥାଏ । ଆପଣ ଚାହିଁଲେ ଏହି ସାମଞ୍ଜସ୍ୟ ନଥିବା ସମ୍ପର୍କର ଗାଡ଼ିକୁ ଆଗେଇ ନେଇପାରିବେ । ସେଥିପାଇଁ ସାମାନ୍ୟ ଯତ୍ନବାନ୍ ହେବା ଉଚିତ୍ ।
ପରସ୍ପର ସହ କଥା ହେବା ଜରୁରି: ଏକଥା ଭାବିଲେ ଲାଗେ ଯେ ଏଭଳି ମଣିଷ ସହ କେମିତି ରହିବି, ଯେ ମୋ ଠାରୁ ସମ୍ପୂର୍ଣ୍ଣ ଅଲଗା । କଥା ହେଲେ ହିଁ ଲଢେଇ ଆରମ୍ଭ ହୋଇଯାଉଛି । ଏହି ସ୍ଥିତିରେ ଆପଣ ସାଥୀ ସହ କିଛି କଥା ନ ହୋଇ କେବଳ ତାଙ୍କ କଥା ଶୁଣନ୍ତୁ । ତାଙ୍କ ପସନ୍ଦ ନା ପସନ୍ଦକୁ ଜାଣିବାକୁ ଚେଷ୍ଟା କରନ୍ତୁ ।
ସ୍ପେଶ୍ ଦେବା ଦରକାର: ସମ୍ପର୍କରେ ଯୋଡ଼ି ହେବା ପରେ ଅନେକ ସମୟରେ ଆମେ ପରସ୍ପରକୁ ସ୍ପେଶ୍ ଦେବାକୁ ଭୁଲି ଯାଇଥାଉ । ଯାହା ଆଦୌ ଠିକ୍ ନୁହଁ।
ସାଥୀର ରାୟ ନିଅନ୍ତୁ: ଯଦି ଆପଣ ପରସ୍ପରଠାରୁ ନିଆରା । ସାମଞ୍ଜସ୍ୟ କମ୍ ରହିଛି, ତେବେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସାଥୀଙ୍କ ସହ କଥା ହୁଅନ୍ତୁ । ନଚେତ୍ ହୁଏତ ଜଣକ ନିଷ୍ପତ୍ତି ଅନ୍ୟକୁ ଖରାପ ଲାଗିପାରେ । ସମ୍ପର୍କକୁ ଦୃଢ କରିବା ଓ ସାଥୀଙ୍କୁ ସମ୍ମାନ ଦେବା ପାଇଁ ପାର୍ଟନର୍ଙ୍କ ରାୟ ନିଶ୍ଚୟ ନିଅନ୍ତୁ । ସହମତି ପରେ ହିଁ କିଛି ନୂଆ ଆରମ୍ଭ କରନ୍ତୁ ।




admin 