ରେଡ ଓ୍ବାଇନ୍ ପିଇବାଦ୍ବାରା ମଧୁମେହର ଆଶଙ୍କା ହୋଇଥାଏ କମ୍

ରେଡ ଓ୍ବାଇନ୍ ପିଇବାଦ୍ବାରା ମଧୁମେହର ଆଶଙ୍କା ହୋଇଥାଏ କମ୍

ଡାଇବେଟିସକୁ ସାଇଲେଣ୍ଟ କିଲର କୁହାଯାଇଥାଏ। ପ୍ରତି ବର୍ଷ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଜନ ଅଧିକ ହେଲେ ,ସବୁବେଳେ ବସି ରହିଲେ  ଏବଂ ବ୍ୟାୟାମ ନକଲେ ମଧୁମେହ ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ। ଏହା ବ୍ୟତୀତ ଅତ୍ୟଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ,ବେଶୀ ମିଠା ଏବଂ ଅତ୍ୟଧିକ ଚର୍ବିଜାତୀୟ ଖାଦ୍ୟ ଖାଇବା ଦ୍ବାରା ମଧୁମେହ ରୋଗ ହୋଇପାରେ। ଆଜି ଆମେ ଜାଣିବା କ’ଣ ଖାଇଲେ  ମଧୁମେହରୁ ବଞ୍ଚିପାରିବା।

୧.ଗୁଣରେ ଭରପୂର ହଳଦୀ: କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ହଳଦୀରେ ଥିବା କରକ୍ୟୁମିନ ନାମକ ଉପାଦାନ ମଧୁମେହର ଆଶଙ୍କାକୁ କମ୍ କରିଥାଏ। ଏହ ବ୍ୟତୀତ ଆହୁରି ଅନେକ ଫାଇଦା ହଳଦୀ ଖାଇବା ଦ୍ବାରା ହୋଇଥାଏ।

୨.ଚର୍ବି କମ୍ କରିଥାଏ ଷ୍ଟ୍ରବେରୀ: ଷ୍ଟ୍ରବେରୀ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସୁଆଦିଆ। ବୈଜ୍ଞାନିକଙ୍କ କହିବା ଅନୁସାରେ  ଷ୍ଟ୍ରବେରୀ ଖାଇଲେ ଶରୀରରୁ ଅତିରିକ୍ତ ଚର୍ବି କମିଯାଇଥାଏ ଏବଂ କୋଲେଷ୍ଟ୍ରୋଲର ପରିମାଣ କମିଯାଇଥାଏ। ଏହି ଦୁଇ କାରଣ ଯୋଗୁଁ ମଧୁମେହର ଆଶଙ୍କା ବହୁତ ବଢ଼ିଯାଇଥାଏ। ଷ୍ଟ୍ରବେରୀ ରକ୍ତରେ ଗ୍ଲୁକୋଜର ସ୍ତର ନିୟନ୍ତ୍ରିତ କରିଥାଏ।

୩. ଦହି ଏବଂ ଲହୁଣୀ: କମ୍ ଚର୍ବି ଥିବା ଲହୁଣୀ ଏବଂ ଦହିରେ ଥିବା ସୁସ୍ଥ ବ୍ୟାକ୍ଟେରିଆ ମଧୁମେହର ଆଶଙ୍କା କମ୍ କରିଥାଏ।

୪.ରେଡ ଓ୍ବାଇନ୍: ରେଡ ଓ୍ବାଇନରେ ଥିବା ରିଜବେରାଟୋଲ ନାମକ ଉପାଦାନ ଇନସୁଲିନକୁ ନିୟନ୍ତ୍ରଣ କରିବା ସଙ୍ଗେ ବ୍ଲଡ୍ ସୁଗାରର କାର୍ୟ୍ୟକୁ ଉନ୍ନତ କରିଥାଏ। ଏଥିପାଇଁ ଆପଣ ସୀମିତ ମାତ୍ରାରେ ରେଡ ଓ୍ବାଇନ୍ ପିଇ ପାରିବେ।

୫.ଗ୍ଲୁକୋଜର ପରିମାଣ କମ୍ କରିଥାଏ ଡାଲଚିନି: ଡାଲଚିନି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଡାଲଚିନି ଶରୀରରେ ଟ୍ରାଇଗ୍ଲିସରାଇଡ ଏବଂ କୋଲେଷ୍ଟ୍ରୋଲର ସ୍ତରକୁ କମ୍ କରିଥାଏ ଏବଂ ଇନସୁଲିନର ସମ୍ବେଦନଶୀଳତାକୁ ବଢ଼ାଇଥାଏ।

୬.ସୁଗାର ନିୟନ୍ତ୍ରଣ କରିଥାଏ ସେଓ: ସେଓରେ ଆନ୍ଥ୍ରୋସାଇନିନ୍ ପ୍ରଚୁର ପରିମାଣରେ ଥାଏ। ଏହା ବ୍ଲଡ୍ ସୁଗାରକୁ ନିୟନ୍ତ୍ରିତ କରିଥାଏ।

୭.ଡାଇବେଟିସର ଆଶଙ୍କା କମ୍ କରିଥାଏ ପାଳଙ୍ଗ ଶାଗ: ପାଳଙ୍ଗରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ଥାଏ ଯାହା ଆମ ସ୍ବାସ୍ଥ୍ୟ ପାଇଁ ହିତକାରକ। ବ୍ରିଟିଶ ଅଧ୍ୟୟନ ଅନୁସାରେ ପ୍ରତି ଦିନ ପାଳଙ୍ଗ ଖାଇବା ଦ୍ବାରା ମଧୁମେହର ଆଶଙ୍କା ୧୪ପ୍ରତିଶତ କମ୍ ହୋଇଥାଏ।