ଯୁବତୀଙ୍କୁ ଦୁଷ୍କର୍ମ ପରେ ଫିଙ୍ଗିଦେଲେ

ଯୁବତୀଙ୍କୁ ଦୁଷ୍କର୍ମ ପରେ ଫିଙ୍ଗିଦେଲେ

କଟକ: କଟକରେ ଜଣେ ଯୁବତୀ ଦୁଷ୍କର୍ମ ଶିକାର ହୋଇଛନ୍ତି । ଯୁବତୀ ଜଣକ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ବ୍ୟକ୍ତିଗତ କାମରେ ଯାଇ ଫେରିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଲିଫ୍ଟ ଦେଇ ଗନ୍ତବ୍ୟ ସ୍ଥଳରେ ଛାଡ଼ିବା ବାହାନା ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରିଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ଅଭିଯୁକ୍ତ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳର ଏକ ନିଛାଟିଆ ରାସ୍ତା କଡ଼ରେ ଫୋପାଡ଼ି ଦେଇ ପଳାଇ ଯାଇଥିବାର ଶୁଣିବାକୁ ମିଳିଛି । 

ଦୁଷ୍କର୍ମ ଶିକାର ପୀଡ଼ିତାଙ୍କୁ ପୁଲିସ୍‌ କର୍ମଚାରୀ ବିଳମ୍ବିତ ରାତିରେ ଏସ୍‌ସିବି   ଆଶୁଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଆଶୁଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇବା ପରେ ତାଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଗାଇନିକ୍‌ ବିଭାଗକୁ ପଠାଯାଇଛି । ଉକ୍ତ ବିଭାଗରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରୁଥିବାର ସୂଚନା ମିଳିଛି । ଯୁବତୀଙ୍କର ପ୍ରକୃତ ପରିଚୟ ମିଳିନଥିଲେ ହେଁ ସେ ଭୁବନେଶ୍ୱରର ବାସିନ୍ଦା ବୋଲି ଶୁଣିବାକୁ ମିଳୁଛି ।