ସରିଲା ଭୁବନେଶ୍ୱର-ମଞ୍ଚେଶ୍ୱର ତୃତୀୟ ରେଳ ଲାଇନ୍ କାମ
ଭୁବନେଶ୍ୱର: ସରିଲା ଭୁବନେଶ୍ୱର-ମଞ୍ଚେଶ୍ୱର ତୃତୀୟ ରେଳ ଲାଇନ୍ କାମ ଓ ଯାଞ୍ଚ। ଗୁରୁବାରଠୁୁ ସ୍ୱାଭାବିକ ହେବ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ରେଳ ଚଳାଚଳ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର-ମଞ୍ଚେଶ୍ୱର ରେଳ ଷ୍ଟେସନ ମଧ୍ୟରେ ୬.୫ କିଲୋମିଟର୍ ରେଳ ଲାଇନକୁ ଦକ୍ଷିଣ ପୂର୍ବ ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ବୁଧବାର ଯାଞ୍ଚ କରିଛନ୍ତି । ବିଶେଷକରି ତୃତୀୟ ରେଳ ଲାଇନର ସ୍ୱୟଂକ୍ରିୟ ସାଙ୍କେତିକ ପ୍ରଣାଳୀ କାର୍ୟ୍ୟକୁ ନୀରିକ୍ଷଣ କରିଛନ୍ତି ସିଆରଏସ୍ । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପର ଏହି ନିର୍ମାଣ କାର୍ୟ୍ୟକୁ ସିଆରଏସ୍ଙ୍କ ମଞ୍ଜୁରି ମିଳିବା ପରେ ଏହା କାର୍ୟ୍ୟକ୍ଷମ ହେବ ।
ରେଳ ନିରାପତ୍ତା ଆୟୁକ୍ତ ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେସନ ମଧ୍ୟରେ ଥିବା ସମସ୍ତ ନିରାପତ୍ତା ସମ୍ୱନ୍ଧୀୟ କାର୍ୟ୍ୟକୁ ଭଲ ଭାବରେ ନୀରିକ୍ଷଣ କରିଥିଲେ । ଟ୍ରେନ୍ ଟ୍ରାଫିକ୍ ପାଇଁ ଟ୍ରେନ୍ ଲାଇନର ସମ୍ଭାବ୍ୟତା ମାପିବା ପାଇଁ ଦୁଇଟି ଷ୍ଟେସନ୍ ମଧ୍ୟରେ ପୂର୍ବରୁ ଲାଇଟ ଇଞ୍ଜିନ୍ ମଧ୍ୟ ଚଲାଯାଇଥିଲା । ରେଳ ଚଳାଚଳ ପାଇଁ ସିଆରଏସ ଏହି ରେଳ ସେକ୍ସନରେ ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀର କାର୍ୟ୍ୟକାରିତାକୁ ଯାଞ୍ଚ କରିଛନ୍ତି । ଅପରପକ୍ଷେ ଏହି ନିର୍ମାଣ କାର୍ୟ୍ୟ ଚାଲୁଥିବା ସମୟରେ ଭୁବଶ୍ୱେର ଦେଇ ଯାତାୟାତ କରୁଥିବା କିମ୍ୱା ଭୁବନେଶ୍ୱରରୁ ଛାଡୁଥିବା କିଛି ଟ୍ରେନ୍ ସାମୟିକ ଭାବରେ ବାତିଲ କରାଯାଇଥିଲା ।




admin 