କାହିଁକି ଇନ୍ଦ୍ରଧନୁ ରଙ୍ଗ-ବେରଙ୍ଗ?
କାହିଁକି ଇନ୍ଦ୍ରଧନୁ ରଙ୍ଗ-ବେରଙ୍ଗ?
ଇନ୍ଦ୍ରଧନୁରେ ‘ବା-ଘ-ନୀ-ସ-ହ-ନା-ଲା’ ସାତଟି ରଙ୍ଗ ଆସେ । ବର୍ଷା ସମୟରେ ବାୟୁମଣ୍ଡଳରେ ବହୁତ ଛୋଟ ଛୋଟ ପାଣିର ବୁନ୍ଦା ରହିଥାଆନ୍ତି । ଏହି ପାଣି ବୁନ୍ଦାରେ ଆଲୋକର ପ୍ରତିସରଣ ହୁଏ । ଆଲୋକ ଆପତିତ ହୋଇ ପାଣି ବୁନ୍ଦା ଭିତରକୁ ପ୍ରବେଶ କଲା ବେଳେ ପ୍ରତିସରଣ ଘଟେ । ତେଣୁ ଧଳା ରଙ୍ଗର ଆଲୋକ ଆସି ପାଣି ବୁନ୍ଦା ଭିତରେ ପ୍ରବେଶ କରିବା ପରେ ଅଲଗା ଅଲଗା ରଙ୍ଗର ବିଭାଜନ ହୋଇଥାଏ । ବିଭିନ୍ନ ରଙ୍ଗର ଆଲୋକର ସମୁଦାୟ ଭିତିରି ପ୍ରତିଫଳନ ହୋଇ ଆଲୋକ ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଗଲେ ବେଳେବେଳେ ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତିଫଳନ ହୋଇଥାଏ, ଯାହାକୁ ସମୁଦାୟ ଭିତିରି ପ୍ରତିଫଳନ ମଧ୍ୟ କହନ୍ତି । ଏହା ପରେ ସେହି ରଙ୍ଗଗୁଡ଼ିକ ଜଳବିନ୍ଦୁରୁ ବାହାରକୁ ବାହାରିବା ସମୟରେ ଆଉ ଥରେ ପ୍ରତିସରଣ ହୁଏ । ସବୁ ରଙ୍ଗ ଏହି ପ୍ରକ୍ରିୟାକୁ ପାଳନ କରନ୍ତିି ଏବଂ ଲାଲ ଓ ବାଇଗଣି ଆଲୋକ ମଧ୍ୟରେ ରହେ । ତେଣୁ ଇନ୍ଦ୍ରଧନୁ ରଙ୍ଗ ବିରଙ୍ଗ ଦେଖାଏ ।




admin 