ହାଡ ଦୁର୍ବଳ ହୁଏ, କାହିଁକି?
ହାଡ କାହିଁଁକି ଦୁର୍ବଳ ହୁଏ ଜାଣନ୍ତି? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖାଦ୍ୟ ଏବଂ ବ୍ୟାୟାମର ଅଭାବ ହାଡ ଦୁର୍ବଳ ହେବାର ମୁଖ୍ୟ କାରଣ । ଏହା ବ୍ୟତୀତ ଅଳ୍ପ ବୟସରେ ଆଘାତ, ରକ୍ତ ଏବଂ କ୍ୟାଲସିୟମର ଅଭାବ, ସୂର୍ୟ୍ୟ କିରଣ ସଂସ୍ପର୍ଶରେ କମ୍ ଆସିବା ଏବଂ ଭୁଲ ଖାଦ୍ୟ ଯୋଗୁଁ ହାଡ ଦୁର୍ବଳ ହୋଇଯାଏ । ମହିଳାମାନଙ୍କର ଏହି ସମସ୍ୟା ଅଧିକ ଦେଖାଯାଏ । ଅସ୍ଥି ଦୃଢ କରିବାକୁ ପ୍ରଥମେ ଡାଏଟରେ କ୍ୟାଲସିୟମ ଯୁକ୍ତ ଖାଦ୍ୟରେ କ୍ଷୀର, ବଟରମିଲ୍କ ଏବଂ ପନିର ଖାଦ୍ୟ ସାମିଲ୍ କରନ୍ତୁ । ଏହା ବ୍ୟତୀତ ସୋୟାବିନ୍, ବ୍ରୋକଲି ଏବଂ ଅଞ୍ଜୀରରେ ପ୍ରଚୁର ପରିମାଣର କ୍ୟାଲସିୟମ ମିଳିଥାଏ । ଅସ୍ଥି ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ ଡି ଆବଶ୍ୟକ । ଭିଟାମିନ ଡି ଅଭାବକୁ ଦୂର କରିବା ପାଇଁ ସୂର୍ୟ୍ୟକିରଣ ନିହାତି ଆବଶ୍ୟକ । ସବୁଜ ପତ୍ରଯୁକ୍ତ ପନିପରିବା ସହ ଏକ ସନ୍ତୁଳିତ ଖାଦ୍ୟ ବଜାୟ ରଖିପାରିଲେ ଅସ୍ଥି ମଜବୁତ ରହିବ ।




admin 