କରନ୍ତୁ ଏମିତି, କଲରା ଲାଗିବନି ପିତା

କରନ୍ତୁ ଏମିତି, କଲରା ଲାଗିବନି ପିତା

ଏଣିକି ପାଟିକୁ ପିତା ଲାଗିବନି କଲରା । ଏମିତି କଲେ କଲରା ଲାଗିବ ନାହିଁ ପିତା । କଲରା ମଞ୍ଜି ଅଧିକ ପିତା ଲାଗିଥାଏ । ତେଣୁ ଏହାକୁ କାଟି ଭିତରେ ଥିବା ସମସ୍ତ ମଞ୍ଜିକୁ କାଢି ନିଅନ୍ତୁ । ଏହାପରେ ରୋଷେଇ କରନ୍ତୁ, ଦେଖିବେ ପିତାପଣ ଦୂର ହୋଇଯିବ । କଲରାର ପିତା ଅଂଶକୁ ଦୂର କରିବା ପାଇଁ ଏଥିରେ ଲୁଣ ଲଗାଇ କିଛି ସମୟ ରଖି ଦିଅନ୍ତୁ । ଏହାପରେ ଅଳ୍ପ ସିଝାଇ ରୋଷେଇ କରନ୍ତୁ । କଲରା ପିତାପଣ କାଟିବାକୁ ପ୍ରଥମେ ତାକୁ ଛୋଟ ଛୋଟ କାଟି ନିଅନ୍ତୁ ଓ ପରେ ସେଥିରେ ଦହି ମିଶାଇ ଏକ ଘଣ୍ଟା ଭିଜାଇ ରଖନ୍ତୁ । ଏଭଳି କରିବା ଦ୍ୱାରା ଆଉ କଲରା ପିତା ଲାଗି ନଥାଏ । କଲରାରୁ ପ୍ରଥମେ ଏହାକୁ ଚାଞ୍ଛି ଦିଅନ୍ତୁ ଓ ଏହାପରେ ସେଥିରେ ଲୁଣ ଏବଂ ଅଟା ଗୋଳାଇ ଏକ ଘଣ୍ଟା ରଖନ୍ତୁ । ପରେଏହାକୁ ଧୋଇ ରୋଷେଇ କରନ୍ତୁ । କଲରା ରୋଷେଇ କରିବା ସମୟରେ ସେଥିରେ ପିଆ, ପାନମଧୁରୀ ନିଶ୍ଚିତ ବ୍ୟବହାର କରନ୍ତୁ ।