ବୌଦ୍ଧରେ ୩୯୦.୬ ମିମି ବର୍ଷା ରେକର୍ଡ
ଭୁବନେଶ୍ୱର : ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ୨୦ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ୫୦ଟି ସ୍ଥାନରେ ଅତି ପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ସୋନପୁରରେ୨୧୩.୬, ଫୁଲବାଣୀରେ ୨୦୫.୬,ବଲାଙ୍ଗୀରରେ ୧୭୩, କେନ୍ଦୁଝରରେ ୧୫୦.୨,ଅନୁଗୁଳରେ ୧୫୦ ମିମି,ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିମି ବର୍ଷା ରେକର୍ଡ କରାଯାଇଛି।
ଗଭୀର ଅବପାତ ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା କଥା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ଗଭୀର ଅବପାତ । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଏହା ଘଣ୍ଟା ପ୍ରତି ୨୭ କିଲୋମିଟର ବେଗରେ ଗତି କରୁଛି । ଆଜି ଏହା ଗାଙ୍ଗେୟ ଉପତ୍ୟକା ଅତିକ୍ରମ କରି ପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହୁଛି ।