ପଶ୍ଚିମା ଝଡ ସକ୍ରିୟ, ଦୁଇ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ରହିଛି । ଆସନ୍ତା ଦୁଇଦିନ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । କାଳବୈଶାଖୀ ପ୍ରଭାବରେ ଘଡଘଡି ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି ।ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩ରୁ ୪ ଦିନ ବର୍ଷା ଲାଗି ରହିବ । ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲା କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ସେହିପରି ଅବଶିଷ୍ଟ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣଂ ଜାରି ହୋଇଛି । ବର୍ଷା ଓ ଘଡଘଡି ମାତ୍ରା ଅଧିକ ହୋଇପାରେ । ତେଣୁ ଲୋକମାନଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି । ରାଜ୍ୟରେ ଆଗାମୀ ୩ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ହେବନି । ରାଜ୍ୟରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମ୍ ରହିଛି । ପାଗ ମେଘୁଆ ରହିବ ।




admin 