ବରେଲୀରେ ହନୁମାନଙ୍କ ପୂଜାର୍ଚ୍ଚନା କଲେ ରାହୁଲ ଗାନ୍ଧୀ, ପୋଷ୍ଟର ଲଗାଇଲେ ବିରୋଧୀ  

ବରେଲୀରେ ହନୁମାନଙ୍କ ପୂଜାର୍ଚ୍ଚନା କଲେ ରାହୁଲ ଗାନ୍ଧୀ, ପୋଷ୍ଟର ଲଗାଇଲେ ବିରୋଧୀ  

ରାହୁଲ ଗାନ୍ଧୀ ନିଜ ଗୃହ ସଂସଦୀୟ କ୍ଷେତ୍ର ରାୟ ବରେଲୀ ଗସ୍ତ କରିଛନ୍ତି । ଲକ୍ଷ୍ନୌ ଏୟାରପୋର୍ଟରୁ ବାହାରି ସେ ରାୟବରେଲୀରେ ପହଞ୍ଚିଥିଲେ। ଏହାପରେ ବଛରବାର ଚୁରବା ବର୍ଡର ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜା କରିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାହୁଲଙ୍କ କାଫିଲା ଭୁଏମଓ ଗେଷ୍ଟ ହାଉସରେ ଅଛନ୍ତି ।

ଭୁଏମଓରେ ରାହୁଲ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ତେବେ ଏହାରି ମଧ୍ୟରେ ରାହୁଲଙ୍କ ଗସ୍ତକୁ ବିରୋଧ କରି ପୋଷ୍ଟର ଦେଖିବାକୁ ମିଳିଛି।

ରାହୁଲ ସଂସଦରେ ଦେଇଥିବା ହିନ୍ଦୁ ସମ୍ପର୍କିତ ବିବାଦୀୟ ବୟାନକୁ ସେହି ପୋଷ୍ଟରରେ ନିନ୍ଦା କରାଯାଇଛି । ପୋଷ୍ଟରରେ ଲେଖାଯାଇଛି, ''କଣ ଆପଣଙ୍କୁ ଏହି ମନ୍ତବ୍ୟ ଦେବା ପାଇଁ ରାୟ ବରେଲୀବାସୀ ନିର୍ବାଚିତ କରିଥିଲେ ।'' ରାୟବରେଲୀରେ ରାହୁଲ ଗାନ୍ଧୀ କୀର୍ତ୍ତିଚକ୍ର ବିଜେତା ଶହୀଦ ଅଂଶୁମାନ ସିଂଙ୍କ ପରିଜନକୁ ମଧ୍ୟ ସାକ୍ଷାତ କରିବେ । ଏହା ପରେ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ରହିଛି । ଆଜି ସଂଧ୍ୟା ପର୍ଯ୍ୟନ୍ତ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପରେ ସଂଧ୍ୟାରେ ଦିଲ୍ଲୀ ଫେରିବେ ।