୨୮ରେ ଓଡ଼ିଶାରେ ଆସିବେ ରାହୁଲ ଗାନ୍ଧୀ । ଉତ୍ସବମୁଖର କଂଗ୍ରେସ ଶିବିର ।

୨୮ରେ ଓଡ଼ିଶାରେ ଆସିବେ ରାହୁଲ ଗାନ୍ଧୀ । ଉତ୍ସବମୁଖର କଂଗ୍ରେସ ଶିବିର ।

ଦିନକ ପରେ ଓଡ଼ିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚଳିତ ମାସ ୨୮ତାରିଖରେ ନିଶ୍ଚିନ୍ତକୋଇଲିରେ ନିର୍ବାଚନୀ ସଭାରେ ଯୋଗଦେବେ ଶ୍ରୀ ଗାନ୍ଧୀ। ଏଥିପାଇଁ  ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଅଂଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ । ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଏହି ପରିପ୍ରେକ୍ଷୀରେ କଂଗ୍ରେସର ରାଜ୍ୟସ୍ତରୀୟ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ ପାଟକୁରା ବିଧାୟକ ପାର୍ଥି ଡ଼. ରତିକାନ୍ତ କାନୁନଗୋ, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ଏବଂ ସାଲେପୁର ବିଧାୟକ ପାର୍ôଥ ୟାକୁବ ଖାନ ପ୍ରମୁଖଙ୍କ ସହ ବହୁ ବରିଷ୍ଠ ନେତୃ ମଣ୍ଡଳୀ ସ୍ଥିତି ନିରୀକ୍ଷଣ କରିଛନ୍ତି ।