ଗୁଜରାଟ ହାଇକୋର୍ଟରେ ରାହୁଲଙ୍କୁ ଝଟ୍କା

ଗାନ୍ଧୀନଗର: ଗୁଜରାଟ ହାଇକୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲାଗିଛି ଝଟ୍କା। ମୋଦି ସରନେମ୍ ମାମଲାରେ ଲୋକସଭା ସାଂସଦ ପଦ ଫେରି ପାଇବା ନେଇ ଯେଉଁ ଆଶା ରଖିଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ଲାଗିଛି। ତେବେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ରାହୁଲ ଗାନ୍ଧୀ ଏ ନେଇ ସୁପ୍ରିମ୍ କୋର୍ଟରେ ଆବେଦନ କରିପାରନ୍ତି ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ‘ମୋଦୀ ସରନେମ୍ ମାମଲାରେ’ ଗୁଜରାଟ ହାଇକୋର୍ଟ ତଳ କୋର୍ଟରେ ହୋଇଥିବା ରାୟ ଉପରେ ରୋକ ଲାଗାଇବା ଆବେଦନକୁ ଖାରଜ କରି ଦେଇଛନ୍ତି। ହାଇକୋର୍ଟ ତଳ କୋର୍ଟରେ ହୋଇଥିବା ରାୟକୁ ଉପଯୁକ୍ତ ଦର୍ଶାଇବା ସହିତ କହିଛନ୍ତି ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ମୋଦୀ ସାଙ୍ଗିଆ ମାମଲାରେ ଶୁକ୍ରବାର ଗୁଜରାଟ ହାଇକୋର୍ଟ ରାୟ ଶୁଣାଣି କରିଛନ୍ତି। ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ଗୁଜରାଟ ଉଚ୍ଚ ଅଦାଲତରେ ପୁନଃ ଆବେଦନ କରିଥିଲେ ରାହୁଲ ଗାନ୍ଧି । ଦିନ ୧୧ଟାରେ ବିଚାରପତି ଜଷ୍ଟିସ ହେମନ୍ତ ପ୍ରଚ୍ଛକ ରାୟ ଶୁଣାଇଛନ୍ତି। ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କୋର୍ଟ ରାହୁଲଙ୍କ ମୋଦି ସାଙ୍ଗିଆ ମାମଲା ଉପରେ ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ପରେ ନିୟମ ଅନୁଯାୟୀ ରାହୁଲ ଗାନ୍ଧିଙ୍କ ତୁରନ୍ତ ଲୋକସଭା ସଦସ୍ୟତା ରଦ୍ଦ ହୋଯାଇଥିଲା । ଏହାପରେ ରାହୁଲ ସୁରଟର ସେସନସ୍ କୋର୍ଟରେ ଅପିଲ କରିଥିଲେ । ସେସନସ୍ କୋର୍ଟ ଏପ୍ରିଲ ୨୦ତାରିଖରେ ଜାମିନ ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ । ଫଳରେ ରାହୁଲ ଗାନ୍ଧି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।