ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ଦିନକୁ ଦିନ ବଢିବାକୁ ଲାଗିଛି । ପ୍ରତାପ ଜେନାଙ୍କୁ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ବିଧାୟକଙ୍କ ପାଇଁ ଅଧିକ ଅଡ଼ୁଆ ସୃଷ୍ଟି କରିଛି । ସାଲେପୁର ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି । ଅଭିଯୋଗକାରୀ, ସାକ୍ଷୀଙ୍କ ବୟାନ ଓ ଅନ୍ୟ ରେକର୍ଡରୁ ଆଇପିସି ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ପାଇଁ ତଥ୍ୟ ରହିଛି । ପୂର୍ବରୁ ଏହି ମାମଲାରେ ପ୍ରତାପ ଜେନାଙ୍କ ବିରୋଧରେ ବିଚାରଯୋଗ୍ୟ ପ୍ରମାଣ ରହିଥିବା ଦର୍ଶାଇ ମାମଲାକୁ ସାଂସଦ ଓ ବିଧାୟକଙ୍କ ମାମଲା ବିଚାର ପାଇଁ ଗଠିତ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ କିନ୍ତୁ କଗନିଜାନ୍ସ ଗ୍ରହଣ କରାଯାଇ ନଥିଲା ।

ଏଭଳି ସ୍ଥିତିରେ ମାମଲାର ରେକର୍ଡ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତଙ୍କୁ ହସ୍ତାନ୍ତର ହୋଇ ପାରି ନଥିଲା । ସାଲେପୁର ଜେଏମଏଫସି ଅଦାଲତ ପୁଣି ମାମଲାର ଶୁଣାଣି କରି ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ପ୍ରତାପ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ହେଉଛି ବୋଲି କହିବା ସହିତ କଗନିଜାନ୍ସ ଗ୍ରହଣ କରିଛନ୍ତି । ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲିବା ପାାଇଁ ଆଇନ ଆପାତ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ତେଣୁ ପ୍ରତାପର ଜେନାଙ୍କୁ ସମନ୍ ଜାରି ପାଇଁ ଆବଶ୍ୟକ ନଥିପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି ।