ସ୍ୱାସ୍ଥ୍ୟ ଲାଭଦାୟକ ପୋସ୍ତକ

ସ୍ୱାସ୍ଥ୍ୟ ଲାଭଦାୟକ ପୋସ୍ତକ

ଆମ ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା କେବଳ ସ୍ୱାଦ ବଢାଇ ନଥାଏ । ଶରୀର ପାଇଁ ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟପ୍ରଦ । ଯେମିତିକି ପୋସ୍ତକ । ଏହା ଦେଖିବାକୁ ଖୁବ୍‌ ଛୋଟ, କିନ୍ତୁ ଉପକାରୀ । ଅବଶ୍ୟ ଅଧିକ ମହଙ୍ଗା ହୋଇଥିବାରୁ ଖୁବ୍‌ କମ୍‌ ଲୋକ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି । ଅନେକ ରୋଗରୁ ରକ୍ଷା କରିଥାଏ ପୋସ୍ତକ । ଏହାକୁ ମସଲାରେ କିମ୍ବା ପାଉଡର ଭାବେ ଖାଦ୍ୟ ଉପରେ ବ୍ୟବହାର କରିପାରିବେ । 

ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ହାଡ଼ ଯାଏ ପ୍ରାୟ ସବୁ ଅଙ୍ଗପ୍ରତ୍ୟଙ୍ଗ  ପାଇଁ ଖୁବ୍‌ ଲାଭଦାୟକ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ୍‌ । ଏହାକୁ ମିଠା ଓ ଲୁଣିଆ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରିପାରିବେ । ଏହା  ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବାରେ ସାହାଯ୍ୟ  କରିଥାଏ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଜରୁରି । 

ଏହା ଫାଇଭର, ପ୍ରୋଟିନ୍‌, କପର୍‌, ଓମେଗା-୩, ଫ୍ୟାଟି ଏସିଡ୍‌, କ୍ୟାଲସିୟମ୍‌,  ମାଙ୍ଗାନିଜ୍‌ ଓ ଥାୟମିନ୍‌ ଆଦି ତତ୍ତ୍ୱରେ ଭରା । ପୋଟାସିୟମ୍‌ରେ ଭରା ପୋସ୍ତକ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ  ହୃଦୟଜନିତ ରୋଗକୁ କମ୍‌ କରିଥାଏ । ରକ୍ତଚାପ ରୋଗୀ ଏହାକୁ ନିଶ୍ଚୟ  ଖାଇବା ଉଚିତ୍‌ । 

କ୍ୟାଲସିୟମ୍‌ରେ ଭରା ପୋସ୍ତକ ହାଡ଼ ଓ ଦାନ୍ତ ପାଇଁ ବେଶ୍‌ ଲାଭଦାୟକ । ଫାଇଭରର ପ୍ରମୁଖ ସ୍ରୋତ ହେଉଛି ପୋସ୍ତକ । ଏହା କବ୍ଚ ପରି ସମସ୍ୟାକୁ  ରୋକିବା ସହ ମଳତ୍ୟାଗକୁ ସହଜ କରିଥାଏ । ପେଟଜନିତ ସମସ୍ୟା ଥିଲେ  ପୋସ୍ତକକୁ ଡାଏଟ୍‌ରେ ସାମିଲ୍‌ କରିବା ଜରୁରି ।  ପୋସ୍ତକ ଅନେକ ପ୍ରକାରର ଶରୀର ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ତେଣୁ  ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଆବଶ୍ୟକ ।