ଆପଣ ଆପଣଙ୍କ ସ୍ବାମୀଙ୍କ ବଶୀକରଣ ପାଇଁ କିଛି ଉପାୟ ଆପଣାନ୍ତୁ
କଣ ଆପଣଙ୍କ ସ୍ବାମୀ ଓ ଆପଣଙ୍କ ମଧ୍ୟରେ ପୂର୍ବ ପରି ଭଲ ପାଇବା ନାହିଁ କି ? ଆପଣଙ୍କୁ ଲାଗୁଛି କି ଆପଣ ଓ ଆପଣଙ୍କ ସ୍ବାମୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି କେହି ଅଛି ? ଆପଣଙ୍କ ଜୀବନ ସାଥୀ ଆପଣଙ୍କ କଥା ଶୁଣୁ ନାହାନ୍ତି କି? ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଛି କିଟ୍ଟ..? ଯଦି ଏଭଳି ହେଉଛି ତେବେ ଆପଣ ଆପଣଙ୍କ ସ୍ବାମୀଙ୍କ ବଶୀକରଣ ପାଇଁ କିଛି ଉପାୟ ଆପଣାନ୍ତୁ। ଜୀବନକୁ ପୁଣି ଥରେ ପୂର୍ବ ପରି କରିଦିଅନ୍ତୁ। ତେବେ ଏସବୁ ନିୟମ ପାଳନ କଲେ ଆପଣ ଆପଣଙ୍କ ସ୍ବାମୀଙ୍କଠାରୁ ଭଲ ପାଇବା ଫେରି ପାଇବେ।
ଶନିବାର ଦିନ ଅଧ ରାତିରେ ସାତଟି ଲବଙ୍ଗ ନେଇ ୨୧ଥର ନିଜ ସ୍ବାମୀଙ୍କ ନାମ ନେଇ ଫୁକନ୍ତୁ। ରବିବାର ଦିନ ସ୍ବାମୀଙ୍କ ଆଗରେ ଜଳାଇ ଦିଅନ୍ତୁ। ଏଭଳି ସାତଥର କରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ରହିବ।
ଯଦି ଆପଣଙ୍କ ସ୍ବାମୀଙ୍କର ଅନ୍ୟ କୈାଣସି ସ୍ତ୍ରୀ ସହିତ ସମ୍ପର୍କ ଅଛି ତେବେ ଆପଣଙ୍କୁ ଉପଶବ୍ଦ କହିବା ସହିତ ଝଗଡା କରିବା ଦରକାର। ଏହା ସହିତ ରବିବାର ସନ୍ଧ୍ୟା ସମୟରେ ଘରର ଶୟନ କକ୍ଷରେ ଝୁଣାର ଧୂଆଁ ଦିଅନ୍ତୁ। ଧୂଆଁ ଦେବା ଆଗରୁ ସେହି ମହିଳାଙ୍କ ନାଁ ନିଅନ୍ତୁ ଏବଂ ଏହା କାମନା କରିବେ କି ଆପଣଙ୍କ ସ୍ବାମୀ ତାଠାରୁ ଯେମିତି ଦୂରେଇ ରହିବେ। ଶ୍ରଦ୍ଧା ଓ ବିଶ୍ବାସ ରଖି ଏଭଳି କୁରନ୍ତୁ ନିଶ୍ଚିନ୍ତ ସୁଫଳ ମିଳିବ।
ଶୁକ୍ଳ ପକ୍ଷ ପ୍ରଥମ ରବିବାର ପ୍ରାତଃ ସମୟରେ ସ୍ନାନ କରି ସାରିବା ପରେ ପୂଜା ଘରକୁ ଯାଆନ୍ତୁ। ଗୋଟିଏ ଥାଳିରେ କେସରରେ ସ୍ବସ୍ତିକ ତିଆରି କରି ଗଙ୍ଗାଜଳ ଧୁଆଯାଇଥିବା ମୋତି ଶଙ୍ଖ ସ୍ଥାପିତ କରନ୍ତୁ। ପରେ କର୍ପୁର, ଫୁଲ ଦେଇ ପୂଜା କରନ୍ତୁ। ଏହାକୁ ଗୋଟିଏ ମାସ ପର୍ୟ୍ୟନ୍ତ କରନ୍ତୁ।
ଯଦି ଆପଣ ସ୍ବାମି ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖିଛନ୍ତି କିମ୍ବା ଭଲ ପାଉଛନ୍ତି ଅଥବା ଆପଣଙ୍କ ଠାରୁ ଦୂରେଇ ଦୂରେଇ ରହୁଛନ୍ତି ତେବେ ଗୁରୁବାର କିମ୍ବା ଶୁକ୍ରବାର ରାତି ୧୨ଟାରେ ସ୍ବାମୀ ଶୋଇଥିବା ସମୟରେ କିଛି କେଶକୁ କାଟି ଏମିତି ଏକ ସ୍ଥାନରେ ରଖନ୍ତୁ ଯେ, ଯେମିତି ସ୍ବାମୀଙ୍କ ନଜର ସେଥିରେ କେବେ ପଡ଼ିବ ନାହିଁ। କିଛି ଦିନ ପରେ ସେହି କେଶକୁ ନିଆଁରେ ଜଳାଇ ବାହାରେ ଫୋପାଡ଼ି ଦିଅନ୍ତୁ।
ଗୋଟିଏ ପାନ ପତ୍ର ନେଇ ସେଥିରେ ଚନ୍ଦନ ଏବଂ କେସର ପାଉଡ଼ର ମିଶାଇ ରଖନ୍ତୁ। ଏବେ ନାଳି କପଡ଼ାରେ ମା ଦୁର୍ଗାଙ୍କ ପ୍ରତିମା ସ୍ଥାପିତ କରନ୍ତୁ ଏବଂ ପାନ ପତ୍ରକୁ ମାଙ୍କ ଚରଣରେ ରଖି ଦିଅନ୍ତୁ। ମା ଦୁର୍ଗାଙ୍କ ଫଟୋ ସାମ୍ନାରେ ବସି ଚଣ୍ଡୀ ପାଠ କରନ୍ତୁ। ୪୩ଦିନ ପର୍ୟ୍ୟନ୍ତ ଏହାକୁ ପାଠ କରନ୍ତୁ। ପଢ଼ା ସରିବା ପରେ ପାନ ପତ୍ରରେ ଚନ୍ଦନ ଏବଂ କେସର ପାଉଡରର ତିଲକ ନିଜ ମଥାରେ ଲଗାନ୍ତୁ।




admin 