ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮’କୁ ମିଳିଲା ଓସ୍କାର ଏଣ୍ଟ୍ରି

ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮’କୁ ମିଳିଲା ଓସ୍କାର ଏଣ୍ଟ୍ରି

ନୂଆଦିଲ୍ଲୀ: ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି କରିଛି। ୨୦୧୮ ଶୀର୍ଷକ ଏହି ଚଳଚ୍ଚିତ୍ରଟି ହେଉଛି କେରଳ ବନ୍ୟା ବିଷୟରେ ଏକ ନାଟକ। ଜୁଡେ ଆନ୍ଥୋନୀ ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ, କୁଞ୍ଚାକୋ ବୋବାନ, ଆସିଫ ଅଲି, ଭିନେଥ ଶ୍ରୀନିବାସନ, ନାରାୟଣ ଏବଂ ଲାଲ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ୨୦୧୮ ଚଳିତ ବର୍ଷ ମେ ମାସରେ ମୁକ୍ତିଲାଭ କରିଥିଲା ଏବଂ ଫିଲ୍ମ ସମୀକ୍ଷକଙ୍କଠାରୁ ଭଲ ପ୍ରତିକ୍ରିୟା ମଳିଥିଲା। ଏହା ମଧ୍ୟ ବକ୍ସ ଅଫିସରେ ହିଟ ହୋଇଥିଲା। ଏହା ସର୍ବକାଳୀନ ସର୍ବାଧିକ ଆୟ କରିଥିବା ମାଲାୟାଲମ ଚଳଚ୍ଚିତ୍ର ଏବଂ ଚଳିତ ବର୍ଷ ଭାରତୀୟ ସିନେମାର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ।